ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଉଦୟପୁର ବେଳାଭୂମି ଅଂଚଳ ରୁ ଦୁଇ ବ୍ରାଉନସୁଗାର ବେପାରୀ କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରି ପୋଲିସ ରେ ଜିମା ଦେଲେ ସ୍ଥାନୀୟ ଲୋକେ , ସୂଚନା ଅନୁସାରେ ଆଜି ସକାଳା 9 ଟା ସମୟରେ ପଶ୍ଚିମବଙ୍ଗ ଦିଘା ଥାନା ଅଂଚଳ ର ଦୁଇ ଜଣ ଯୁବକ ଏକ କାର ଯୋଗେ ଓଡିଶା ସୀମାନ୍ତ ଉଦୟ ପୂରକୁ ଧଳା ଜହର ବିକ୍ରି କରିବା ପାଇଁ ଆସି ଥିଲେ, ଡିଲ ଚାଲିଥିବା ବେଳେ ସ୍ଥାନୀୟ ଲୋକେ କୌଣସି ସୂତ୍ରରୁ ଖବର ପାଇ ଦୁଇ ବେପାରୀ କୁ କାବୁ କରି ଗଛରେ ବାନ୍ଧି ପୋଲିସ କୁ ଖବର ଦେଇ ଥିଲେ, ଖବର ପାଇ ତାଳସାରୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କ ପାଖରୁ 18 ଟି ଧଳା ଜହର ପେକେଟ ଜବଦ କରିଛି , ଯାହାର ଆନୁମାନିକ ମୂଲ୍ୟ 5 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ, ଏହା ସହ ପଶ୍ଚିମବଗଂ ନମ୍ବର ରେ ଗୋଟିଏ କାର ମଧ୍ୟ ଜବତ ହୋଇଛି