ଅନୁଗୋଳ ଜିଲ୍ଲା ସାତକୋଶିଆ ଗଣ୍ଡର ପ୍ରାକୃତିକ ପରିବେଶ ଭିଆତରେ ଘଡିଆଳ ଛୁଆ ଜନ୍ମ ଦେଇଛି। ଏହି କୁମ୍ଭୀର ଦେଶରେ ବିରଳ ପ୍ରଜାତିର ବଂଶ ବୃଦ୍ଧି ପାଇଁ ନୂଆ ଆଶା ସୃଷ୍ଟି କରିଛି । ଦୀର୍ଘ 45 ବର୍ଷ ପରେ ଗତ ବର୍ଷ ମଧ୍ୟ ଘଡିଆଳ କୁମ୍ଭୀର 28 ଟି ଛୁଆ ଜନ୍ମ ଦେଇଥିଲା କିନ୍ତୁ କୁମ୍ଭୀର ଛୁଆ ଗୁଡ଼ିକ କେଉଁ ଆଡ଼େ ଚାଲି ଯାଇଥିଲେ ସେଥିରୁ 3 ଟି ଛୁଆ ତଳମୁଣ୍ଡରୁ ଉଦ୍ଧାର କରାଯାଇଥିଲା ଯାହା ବନ ବିଭାଗ କୁ ଚିନ୍ତାରେ ପକାଇ ଦେଇଥିଲା। ସେତେବେଳେ ଏହି ଘଟଣା ବିଶ୍ବ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଘଡିଆଳ କୁମ୍ଭୀର ଉପରେ ଗବେଷଣା ରତ ବିଶିଷ୍ଠ ପରିବେଶ ବିତ୍ ଡଃ ଲାଲ ଅଶ୍ଵିନୀ କୁମାର ସିଂହ ଆଜିର ଘଟଣାରେ ଖୁସି ବ୍ୟକ୍ତ କରିଛନ୍ତି। ବୁଧବାର ସକାଳେ ବନଖଣ୍ଡ ଅଧିକାରୀ ଡ଼ଃ ସରୋଜ ପଣ୍ଡା, ଏ ସି ଏଫ୍ ଶ୍ରୀ ଶୁଭେନ୍ଦୁ ବେହେରା ବନ୍ୟପ୍ରାଣୀ ଚିକିତ୍ସକ ଡ଼ଃ କିଶୋର ସାହୁ ବାଇଓଲୋଜିଷ୍ଟ ଶ୍ରୀ ଗତି କୃଷ୍ଣ ବେହେରା ସଂପୃକ୍ତ ସ୍ଥାନରେ ପହଞ୍ଚି ସୁରକ୍ଷା ଯାଞ୍ଚ କରିଚନ୍ତି। ଶାବକ ମାନଙ୍କ ଉପରେ ଚବିଶ ଘଣ୍ଟିଆ ନଜର ରଖା ଯାଇଛି।ଅନୁଗୋଳ ରୁ ଦିଲୀପ ନାୟକ ଙ୍କ ରିପୋର୍ଟ MPX TV