ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କ ସହ ଦୁଇଶିଶୁ ଜୀବନ୍ତ ଦଗ୍ଧ ।

ମୟୂରଭଞ୍ଜ :- ନିଆରେ ପୋଡି ହୋଇ ଜଣେ ମହିଳାଙ୍କ ସହିତ ଜଣେ ୬ବର୍ଷର ଝିଅ ଓ ୩ମାସର ପୁଅ ଜୀବନ୍ତ ଦଗ୍ଧ । ରାତିରେ ଖାଇ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧହେଇଥିବା ଘଟଣା ଜିଲ୍ଲାରେ ଚହଳ ଖେଳିଯାଇଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉଞ୍ଚଗା ଗ୍ରାମରେ । ଉଞ୍ଚଗା ଗ୍ରାମର ଛାବାଲ ମାର୍ଣ୍ଡିଙ୍କ ପୁଅ ମଂଗଲ ମାର୍ଣ୍ଡି ଗତ କାଲି ରାତିରେ ଖାଇ ସରିବା ପରେ ସ୍ତ୍ରୀ ସୁରୁକୁନି ମାର୍ଣ୍ଡି, ଝିଅ ସରିତା ମାର୍ଣ୍ଡି ୫ ବର୍ଷଓ ୩ ମାସର ପୁଅ ଗୋଟିଏ ଘରେ ଶୋଇଥିଲେ । ତେବେ ରାତି ପ୍ରାୟ ୨ଟା ସମୟରେ ନିଆଁ ଲାଗି ଯାଇଥିଲା ।

ତେବେ ସାରସକଣା ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେ ବେଳକୁ ଦୁଇ ଶିଶୁ ଓ ଜଣେ ମହିଳା ସମ୍ପୂର୍ଣ୍ଣ ପୋଡିଯାଇଥିଲା । ତେବେ ଏତେ ଭୟାନକ ଅଗ୍ନିକାଣ୍ଡ ଘଟି ଯାଇଥିବାବେଳେ ସନ୍ଦେହ ଘେରରେ ଆସିଥିବା ପିତାଙ୍କ କୌଣସି କିଛି କ୍ଷୟକ୍ଷତି ହୋଇ ନ ଥିବାର ଦେଖିବାକୁ ମିଳିଥିଲା। ଝାରପୋଖରିଆ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀ ମଂଗଲ ମାର୍ଣ୍ଡି କୁ ଥାନାରେ ଅଟକ ରଖିଥିବା ପଚାର ଉଚୁରା କରୁଥିବା ବେଳେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି। ପରେ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ବଡ ଡାକ୍ତରଖାନା କୁ ପଠାଯିବ । ଯାହାକୁ ନେଇ ଉଞ୍ଚଗା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।ମୟୂରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook