ଭଂଜନଗର: ପୁଣି ଦେଖାଦେଇଛି ଥାନାରେ ଅସୁରକ୍ଷିତ ଅବସ୍ଥା । ଭଞ୍ଜନଗର ଥାନା ଅନ୍ତର୍ଗତ ଲଣ୍ଡେଇ ସାହି ର ମିଟୁ ସାହୁ ନାମରେ କୌଣସି ୨୦୧୧,୧୨ ରେ ଥିଵା ଏକ ପୁରୁଣା କେଶ୍ ର ୱାରେଣ୍ଟ ରହିଥିଲା ,ତାଙ୍କ ପରିବାର ଲୋକେ କହିବା ପ୍ରକାରେ ସାତ ଆଠ ଦିନ ପୂର୍ବରୁ ତାଙ୍କୁ ଗିରଫ କରି ଥାନାକୁ ଅଣାଯାଇଛି । ଆଜି ସକାଳେ ଥାନା ଭିତରେ ଫିନାଇଲ ପିଇ ଦେଇଥିବା ସୁଚନା ମଳୁଛି। ତାଙ୍କ ଭଉଣି ଅଭିଯୋଗ କରିଛନ୍ତି ଜେ ଥାନା ରେ ତାଙ୍କୁ ଦେଖିବାକୁ ଦେଉନଥିବା ବେଳେ ବହୁ ଦିନ ରଖି କୋର୍ଟ ଚାଲାଣ ନକରି ରଖୁଛନ୍ତି ଏନେଇ ଅତିଷ୍ଠ ହୋଇ ଥାନା ଭିତରେ ଫିନାଇଲି ପିଇଦେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏବେବି ଭାଇ ପାଖକୁ ପୁଲିସ ଛାଡୁନଥିବା କହିଛନ୍ତି। ତୁରନ୍ତ ପୋଲିସ ଭଞ୍ଜନଗର ଚିକିତ୍ସାଳୟକୁ ଆଣି ଚିକିତ୍ସା ଆରମ୍ଭ କରିଛନ୍ତି ।
ଭଂଜନଗର ପୁଲିସ୍ ଗଣମାଧ୍ୟମ ଙ୍କୁ କିଛି କହୁନଥିବା ବେଳେ ଭଞ୍ଜନଗର ଚିକିତ୍ସାଳୟ ଅଧ୍ୟକ୍ଷ ଏହା ଏକ ସାଧାରଣ ପେଟ କାଟୁଥିବା କହିଛନ୍ତି କିନ୍ତୁ ତାଙ୍କ ପାଟି ରେ ଏବେବି ଫିନାଇଲି ଗନ୍ଧ ଏବଂ ରଙ୍ଗ ରହିଥିବା ଜଣାପଡିଛି।