ବୈଦିକ ରୀତିରେ ବର ଓ ଓସ୍ତ ଗଛ ବାହାଘର

ମାଲକାନଗିରି – ଆଜିର ଏହି 5 ଜି ଯୁଗରେ ବିଜ୍ଞାନ ଯେତିକି ଆଗେଇଛି ପରିବେଶ ମଧ୍ୟ ସେତିକି ଦୂଷିତ ହେଉଛି । ତେବେ ପୂର୍ବରୁ ପରିବେଶ ରେ ନା ଥିଲା ଅମ୍ଳଜାନ ର ଅଭାବ ନା ଥିଲା କୌଣସି ଦୂଷିତ ଗ୍ୟାସ । କିନ୍ତୁ ବର୍ତ୍ତମାନ ମଣିଷ ସମାଜ ଦିନକୁ ଦିନ ବଢିବା ସହ ପରିବେଶ ମଧ୍ୟ ଧୀରେ ଧୀରେ ଦୂଷିତ ହୋଇ ବସିଲାଣି । ଯାହାଫଳରେ ବାହାରକୁ ବାହାରିବା ମାତ୍ରେ ଲୋକେ ବିଭିନ୍ନ ନିରାପଦ ଉପକରଣ ବ୍ୟବହାର କରୁଛନ୍ତି । ତେବେ ଦିନକୁ ଦିନ ଗଛ ଭଳି ମୂଲ୍ୟବାନ ସମ୍ପଦ ନଷ୍ଟ ହେଉଥିବା କାରଣରୁ ଏଭଳି ସମସ୍ୟା ଦେଖା ଦେଇଛି। ତେଣୁ ଗଛର ମହତ୍ଵ କୁ ଲୋକୋ ଲୋଚନକୁ ଆଣିବା ପାଇଁ ଆଜି ମାଲକାନଗିରି ଜିଲ୍ଲା ମହିଳା ମହାବିଦ୍ୟାଳୟ ଠାରେ ବର ଅସ୍ତ ଗଛର ବାହାଘର କରି ସଚେତନତା କରାଯାଉଛି ।

ବର୍ତମାନ ର ସମାଜରେ ଗୋଟିଏ ଗଛର ମୂଲ୍ୟ ଅନେକ ରହିଛି। ଏହି ମଣିଷ ସମାଜ ନିଜ ସ୍ୱାର୍ଥ ପୂରଣ ପାଇଁ ଗଛ କାଟି ଘର କରୁଛି ତ ଆଉ କେତେବେଳ ଗଛ କାଟି ରାସ୍ତା କାମ କରିବା ସହ ଏହି ଗଛକୁ କାଟି ବିକ୍ରି ମଧ କରୁଛି। ଯାହା ଫଳରେ ଦିନକୁ ଦିନ ଗଛ ଓ ଜଙ୍ଗଲ କମିବାରେ ଲାଗିଲାଣି । ତେଣୁ କିଭଳି ଭାବେ ଏହି ଗଛକୁ ସୁରକ୍ଷା ଦିଆଯିବ ସେଥି ନେଇ ସରକାର ମଧ୍ୟ ଗଛ ଲଗେଇବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ତେବେ ଆଜି ମାଲକାନଗିରି ଜିଲ୍ଲା ମହିଳା ମହାବିଦ୍ୟାଳୟ ରେ ବୈଦିକ ରୀତି ନୀତି ଅନୁଯାୟୀ କଲେଜ ପରିସର ମଧ୍ୟରେ ଥିବା ବର ଓ ଓସ୍ତ ଗଛ ବାହାଘର କରାଯାଇଛି । ରୀତିନୀତି ଅନୁଯାୟୀ ମହାବିଦ୍ୟାଳୟର ଅଧକ୍ଷ ଦୁଷ୍ମନ୍ତ ଜେନା ବରର ପିତା ହୋଇଥିବା ବେଳେ କନ୍ୟାର ପିତା ସାଜିଛନ୍ତି ସେହି କଲେଜ ଜଣେ ଅଧ୍ୟାପକ । ଏହି ବାହାଘରରେ ବ୍ରାହ୍ମଣ ମନ୍ତ୍ର ପାଠ କରୁଥିବା ବେଳେ ଅନ୍ୟ ପଟେ ବରଯାତ୍ରୀ ମଧ୍ୟ ପହଞ୍ଚୁଛନ୍ତି ଏବଂ କନ୍ୟାର ପିତା ବରର ପିତାକୁ ଆଲିଙ୍ଗନ କରି ନେଉଛି। ଏଥି ସହ ବାଜା , ସଙ୍ଗୀତ ଓ ହୁଳ ହୁଳିରେ ଦୁଲୁକୁଛି କଲେଜ ପରିସର ।

ଏହି କାର୍ଯ୍ୟକ୍ରମରେ କଲେଜ ପରିସର ମଧ୍ୟରେ ଅନେକ ବୁଦ୍ଧିଜୀବୀ , କଲେଜ କମିଟି ସଦସ୍ୟ ଓ କଲେଜ ଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ରହି ଏହି ବାହାଘର କୁ ଉପଭୋଗ କରିବା ସହ ଗୋଟେ ଗଛର ମହତ୍ଵ ସମ୍ବନ୍ଧରେ ସେମାନେ ବୁଝିପାରୁଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ଦ୍ୱାରା ଉପସ୍ଥିତ ଥିବା ଅତିଥି ଓ ଛାତ୍ରୀ ମାନେ ଗଛର ମହତ୍ଵ ଜାଣି ପାରି ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରିବେ ବୋଲି ଉପସ୍ଥିତ ଅତିଥି ଓ ଅଧ୍ୟାପକ ପ୍ରକାଶ କରିଛନ୍ତି ।

 

ତେବେ ଆଜିର ଏହି ସମାଜରେ ଲୋକେ ଗଛକୁ ଯେଉଁ ଭଳି ଭାବେ କାଟି ନଷ୍ଟ କରୁଛନ୍ତି ତାହା ନ କରି ଆଗାମୀ ଭବିଷ୍ୟତ ପାଇଁ ଗଛ ଲଗେଇବା ଆବଶ୍ୟକ ରହିଛି ।ରିପୋର୍ଟ -ଶିବ ପ୍ରସାଦ ଦାସ
ମାଲକାନଗିରି

Share this…
Share on Facebook

Facebook