ମାଲକାନଗିରି – ୧୦୦ ନୁହେଁ କି ୨୦୦ ନୁହେଁ, ଦିର୍ଘ ୨୪ ହଜାର କିଲୋମିଟର ସାଇକେଲ ଯାତ୍ରା କରିସାରିଛନ୍ତି ଏହି ଯୁବକ ଜଣକ । କୋଲିକାତା ସିଲିଗୁଡ଼ି ର ଶ୍ୟାମ ବିଶ୍ୱାସ ନାମକ ଏହି ଯୁବକ ଜଣକ। ଗଲା ବର୍ଷ ଅର୍ଥାତ ୨୦୨୧ ମସିହା ର ମାର୍ଚ୍ଚ ମାସ ୧ତାରିଖ ରୁ ଏହି ଭାରତ ବର୍ଷ ସାରା ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି। ସାଇକେଲ ରେ ସମସ୍ତ ପ୍ରକାର ନିତି ବ୍ୟବହୃତ ବସ୍ତୁ ସେ ରଖିଛନ୍ତି। ଆଜକୁ ଦିର୍ଘ ୪୩୪ ଦିନ ହେଲା ଏହି ଯୁବକ ଜଣେ ଘର ଠାରୁ ଗୋଡ଼ କାଢି଼ଛନ୍ତି । ଏକ ଉତ୍କଣ୍ଠା ର ସହିତ ହାର ନମାନି ନିଜ ଲକ୍ଷ୍ୟ କୁ ମାଡ଼ି ଚାଲିଛନ୍ତି। ତେବେ ତାଙ୍କ ମୂଳ ଲକ୍ଷ୍ୟ ହେଉଛି , ଏକ ଅଭିନବ ଉପାୟରେ ଭାରତ ବର୍ଷର ସମସ୍ତ କୋଣ ଅନୁକୋଣରେ , ଜଣ ସାଧାରଣଙ୍କ ପାଖରେ ଏକ ବାର୍ତ୍ତା ପହଞ୍ଚାଇବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି।
ପରିବେଶ ସଂରକ୍ଷଣ ଉପରେ ଗୁରୁତ୍ବ ଦେଇଛନ୍ତି। ଗଛ ଲଗାଇବା, ପୁରୁଣା ଗଛକୁ କାଟିବା ନାହିଁ, ପାଣି ସଂରକ୍ଷଣ କରିବା , ଏଭଳି ଏକ ଚିନ୍ତା ଧାରା ସେ ନେଇ । ଅଭିନବ ଉପାୟରେ ଘର ଠାରୁ ବାହାରିଥିଲେ। ଖରା ବର୍ଷା କୁ ଖାତିର ନକରି ଦିର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ
ସମୟ ହେଲା । କାଶ୍ମୀର, ହରିୟାଣା ,ଲଦାଖ, ଉତ୍ତରାଖଣ୍ଡ, ହିମାଚଳ, ତେଲାଙ୍ଗନା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼,ଏପରିକି ଭାରତ ବର୍ଷର ସମସ୍ତ ରାଜ୍ୟ ଗୁଡ଼ିକ ସେ ଯାତ୍ରା ସଫଳ କରିଛନ୍ତି। ଏବଂ ଆଜି ଓଡ଼ିଶାର ଶେଷ ଜିଲ୍ଲା ମାଲକାନଗିରିରେ ପାଦ ଥାପି ଛନ୍ତି।ରିପୋର୍ଟ -ଶିବ ପ୍ରସାଦ ଦାସ
ମାଲକାନଗିରି