ମଧ୍ୟପ୍ରଦେଶ; ବର୍ତ୍ତମାନ ଚାରିଆଡେ ଚାଲିଛି ବିବାହ ଋତୁ , ଗୋଟେ ପଟେ ଟାଟା ପାୱାରର ଘନ ଘନ ବିଦ୍ୟୁତ କାଟ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ବର୍ତ୍ତମାନ ଚାରିଆଡେ ଚାଲିଛି ବିବାହ ଋତୁ ,ବେଦୀ ସଜ୍ଜା ସରିଛି। ପୁରହିତ ମନ୍ତ୍ର ପାଠ ଚାଲିଛି। ଶଙ୍ଖ ହୁଳିହୁଳି ବି ପଡ଼ୁଛି। ଦୁଇ ଭଉଣୀଙ୍କର ଏକ ସଙ୍ଗେ ହେଉଥିଲା ବାହାଘର। ଦୁହିଙ୍କ ଲାଗି ବର ବି ଆସିଥିଲେ। କିନ୍ତୁ ବେଦିରେ ସବୁ କିଛି ଭୁଲଭାଲ ହୋଇଗଲା। ଅଦଳବଦଳ ହୋଇଗଲା ବରଣମାଳା। ଆଉ ଦୁଇ ଭଉଣୀଙ୍କର ସ୍ୱାମୀ ବି ବଦଳିଗଲେ। ବାହାଘର ଚାଲୁଥିବା ବେଳେ ହଠାତ୍ ବିଦ୍ୟୁତ୍ କାଟ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି ଯାହା ଆପଣ ମାନଙ୍କୁ ଚକିତ କରିବ। ଅନ୍ଧାରରେ ସବୁ କିଛି ଓଲଟିଯାଇଥିଲା। ଏମିତି ଏକ ରୋଚକ ଘଟଣା ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ରମେଶ ଲାଲଙ୍କ ଦୁଇ ଝିଅ ନିକିତା ଏବଂ କରିଶ୍ମାଙ୍କ ବାହାଘର ଥିଲା।ନିତକିତାଙ୍କର ଭୋଳା ନାମକ ଯୁବକଙ୍କ ସଙ୍ଗେ ବିବାହ ଠିକ୍ ହୋଇଥିଲା ବେଳେ କରିଶ୍ମାଙ୍କର ଗଣେଶ ସଙ୍ଗେ ହାତଗଣ୍ଠି ବିବାହ ସ୍ଥିର ହୋଇଥିଲା। ଉଭୟ ବର ଭିନ୍ନ ଭିନ୍ନ ପରିବାରରୁ ଆସିଥିଲେ। ଉଭୟେ ଭଉଶୀ ସମାନ ପ୍ରକାର ବିବାହ ଡ୍ରେସ ପିନ୍ଧିଥିବା ବେଳେ ପ୍ରଥା ଅନୁଯାୟୀ ମୁହଁ ଓଢ଼ିଣି ଭିତରେ ଲୁଚିଯାଇଥିଲା। ଠିକ୍ ଏହି ସମୟରେ ହଠାତ୍ ବିଜୁଳି କଟିଯିବାରୁ ଚେହେରା ଚିହ୍ନିବା ଅସମ୍ଭବ ହୋଇଥିଲା। ଯାହା ଫଳରେ ବରଣମାଳା ଅଦଳବଦଳ ହୋଇଯାଇ ଥିଲା । ଅନ୍ଧାର ଭିତରେ ପୂଜାପାଠ ସାରି ବର-ବରଣୀଙ୍କୁ ବେଦି ଚାରି ପଟେ ବୁଲାଇ ଥିଲେ ପୁରହିତ । ବାହାଘର ପରେ କନିଆ-ବର ଶୂଶୁରଘରକୁ ଯାଇଥାନ୍ତେ ହେଲେ ତା ପୂର୍ବରୁ ସେଠାରେ ପ୍ରକୃତ କଥା ଧରାପଡ଼ିଥିଲା। ଏହାକୁ ନେଇ ଜଣେ ବରପକ୍ଷ ଅସନ୍ତୋଷ ପ୍ରକାଶ କରିବାରରୁ ବିବାଦ ଉପୁଜିଥିଲ। ଏନେଇ ଦୁଇ ପରିବାର ମଧ୍ୟରେ ଆଲୋଚନା ହୋଇ ପୁଣି ଥରେ ବାହାଘର ହେବା ବୋଲି ନିଷ୍ପତ୍ତି ବଦଳିଯାଥିଲା।