ଭୁବନେଶ୍ୱର; ବାତ୍ୟା ‘ଅସାନି’ ଘଣ୍ଟାକୁ ୨୫ କିଲୋମିଟର ବେଗରେ ଗତି କରୁଛି । ପୁରୀଠାରୁ ୬୮୦ କିଲୋମିଟର ଦୂରରେ ଥିବା ‘ଅସାନି’ । ଏହା ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ପାଣିପାଗ ବିଭାଗ ତରଫରୁ ସୂଚନା ଦେଇଛି। ଏହା ପ୍ରଭାବରେ ଆସନ୍ତାକାଲିଠାରୁ ଉପକୂଳବର୍ତ୍ତୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
୧୦ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ଗୋଟିଏ, ୨ଟି ସ୍ଥାନରେ ବର୍ଷିବ। ସେହିଭଳି ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ଗୋଟିଏ, ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଆସନ୍ତା ୧୨ ତାରିଖରେ ପାରାଦୀପ ନିକଟରେ ‘ଅସାନି’ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ ।
ଏଥିନିମନ୍ତେ ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦର ଚାନ୍ଦବାଲି, ଗୋପାଳପୁର, ପାରାଦୀପ, ପୁରୀ ସିଗନାଲ ପୋର୍ଟରେ ବିପଦ ଜାରି କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। MPX ODIA