ରୋଗୀ ସେବା କରୁଥିଲା ରୋଗୀ କରି ଛାଡ଼ିଦେଲା ।

ସୋର; ରୋଗୀ ସେବା କରୁଥିଲା ରୋଗୀ କରି ଛାଡ଼ିଦେଲା । ଆମ୍ବୁଲାନ୍ସରେ ରୋଗୀଙ୍କୁ ନେଇ ଆସୁଥିବା ବେଳେ ଦୁର୍ଘଟଣା । ରୋଗୀ ସ୍ଥିତି ଆହୁରି ବିଗିଡ଼ିଗଲା , ୫ ସମ୍ପର୍କୀର ଗୁରୁତର ହୋଇଛନ୍ତି । ଆଜି ବାଲୋଶ୍ୱର ୧୬ ନଂ ଜାତୀୟ ରାଜପଥ ବେଗୁନିଆ ନିକଟରେ ଏପରି ଦୁର୍ଘଟଣା ଦେଖିବାକୁ ମିଳିଛି । ଗୁରୁତରଙ୍କୁ ଖନ୍ତପଡ଼ା ମେଡ଼ିକାଲରେ ଭର୍ତ୍ତି କରା ଯାଇଛି । ତେବେ ଆମ୍ବୁଲାନ୍ସଟି କଲିକତା ମେଦିନୀପୁରରୁ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣା ହୋଇଥିଲା ।

ବେପରୁଆ ଟ୍ରକ ଚାଳକ ଆମ୍ବୁଲାନ୍ସରେ ଧକ୍କା ଦେଇ ଫେରାର ହୋଇ ଯାଇଛି । ଖବର ପାଇଁ ଖନ୍ତପଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ସୋରରୁ ସରତ ନାଏକଙ୍କ ରିପୋର୍ଟMPX ନ୍ୟୁଜ୍ ।

Share this…
Share on Facebook

Facebook