ଉମରକୋଟ (7/5/2022), ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ର ୱାର୍ଡ ନଂ 8 କେନାଲ ସାହି ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି!ଉକ୍ତ ସାହିରେ ଦୀର୍ଘ ଦିନ ହେଲା ଗୋହତ୍ୟା ର ଅଭିଯୋଗ ଆସୁଥିଲା,ପ୍ରଶାସନ କୁ ଖାତିର ନ କରି ନିଜର ବ୍ୟବସାୟ ଜାରି ରଖୁଥିଲେ!ଆଜି ସକାଳେ ଉକ୍ତ ସାହିରେ ଏକ ଗୋମାତା ଙ୍କ ମୃତ୍ୟୁ ହେବା ପରେ ତାଙ୍କ ମର ଶରୀର କୁ ମାଟିରେ ନ ପୋତି ବ୍ୟବସାୟ ପାଇଁ ପ୍ରସ୍ତୁତି ଜାରି ରଖିଥିଲେ ସେହି ସାହି ର ଜୟସିଂ ବାଘ ଏବଂ ମଧୁ ହରିଜନ ନାମକ ଦୁଇ ବ୍ୟକ୍ତି!ଉଭୟଙ୍କୁ ଉକ୍ତ କାର୍ଯ୍ୟ ପାଇଁ ସାହି ବାସିନ୍ଦା ବାରମ୍ବାର ବାରଣ କରିବା ସତ୍ୱେ ଉକ୍ତ କାର୍ଯ୍ୟ କୁ ଜାରି ରଖିଥିଲେ!କିନ୍ତୁ ହଟାତ ଆଜି କିଛି ସମାଜ ସେବି ଙ୍କ ନଜର ରେ ଉକ୍ତ କାର୍ଯ୍ୟଟି ପଡିଥିଲା ଏବଂ ଘଟଣା ସ୍ଥଳ ରୁ ତୁରନ୍ତ ଉମରକୋଟ ପୋଲିସ କୁ ଜଣେଇଥିଲେ!ଏହା ଶୁଣି ଏ ଏସ ଆଇ ରାମ ବେହେରା, ଙ୍କ ସହିତ ପୋଲିସ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଥାନା ରେ ନେଇଁ ଅଟକ ରଖି ତଦନ୍ତ ଜାରି ରଖିଛି ଉମରକୋଟ ପୋଲିସ!