କଟକ scb ବଡ଼ ମେଡ଼ିକାଲ ର ନଗ୍ନ ଚିତ୍ର।
ତଳେ ମୃତ ଦେହ ଉପରେ ବିଛଣାରେ ରୋଗୀ। ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି କଟକ ଏସସିବି ମେଡ଼ିକାଲରେ। ଆଜି ଏସସିବି କାଯୁଆଲିଟିରେ କିଛି ଦିନ ଚିକିତ୍ସା ହେଉଥିବା ବ୍ୟକ୍ତିଟି ଆଜି ସକାଳୁ ମୃତ୍ୟୁବରଣ କରିବା ପରେ ତାଙ୍କ ପରିବାର କୌଣସି ବ୍ୟକ୍ତି ଆସିବାରେ ବିଳମ୍ବ ହେବାରୁ ତାଙ୍କ ମୃତ ଦେହ ସେଠାରୁ ଉଠି ନ ଥିଲା ଏହି ସମୟରେ ସେଠାରେ ଆଉ ଜଣେ ରୋଗୀ ଆସିବାରୁ ତାକୁ ବେଡ୍ ରେ ରଖାଯାଇଥିଲା। ହେଲେ ପରେ ଯେତେବେଳେ ଏନେଇ ସମସ୍ତେ ଜାଣିଥିଲେ ତେବେ ଏହାକୁ ନେଇ ମେଡ଼ିକାଲରେ କିଛି ସମୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶେଷରେ ମେଡିକାଲ ଫାଣ୍ଡିରୁ ପୋଲିସ ଆସି ଘଟଣା ସ୍ଥଳରେ ପହଞ୍ଚି ଡାକ୍ତରଙ୍କ ଓ ଉପସ୍ଥିତ ମେଡିକାଲ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ଓ କିଛି ସମୟ ମଧ୍ୟରେ ସେହି ମୃତ ଦେହ ଟି ସେଠାରୁ ଉଠି ଯାଇଥିଲା। ତେବେ ଏକଥା ନିହାତି ଚିନ୍ତାଜନକ କି ଗୋଟିଏ ମୃତ ଦେହ ତଳେ ଥିବା ବେଳେ ଅନ୍ୟ ଜଣେ ରୋଗୀ କିଭଳି ସେଠାରେ ବେଡ୍ ଉପରେ ଚିକିତ୍ସିତ ହେବ ଏହା ନିହାତି ଭାବେ ବଡ ମେଡ଼ିକାଲର ବଡ ଅବହେଳାକୁ ପଦାରେ ପକାଇଛି।
ଧନ୍ୟରେ scb ମେଡ଼ିକାଲ କତ୍ତୃପକ୍ଷ…
ସୋସିଆଲ ମିଡିଆରେ ଭାଇରାଲ