ବିବାଦୀୟ ବଡ଼ସାହି ତହସିଲଦାର କାର୍ଯ୍ୟରୁ ହେଲେ ନିଲମ୍ବିତ

ମୟୂରଭଞ୍ଜ; ବଡ଼ସାହି ତହସିଲ କାର୍ଯ୍ୟାଳୟ ରେ ବର୍ଷ ବର୍ଷ ଧରି ବାଲି ବିବାଦ ଛିଡୁ ନ ଥିବା ବେଳେ ସର୍ବଦା ବିବାଦରେ ରହି ଆସୁଥିବା ତହସିଲଦାର ମମତାଜ ମହାରଣାଙ୍କୁ ବେଆଇନ ବାଲି ଉତ୍ତୋଳନକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗରେ ଓଡିଶା ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କେହି ମୁହଁ ଲୁଚାଉଛନ୍ତି । ବଡସାହି ତହସିଲ ଅଧୀନ ବୁଢାବଳଙ୍ଗ ନଦୀର ଦୁଇ ବାଲି ସୈରାତ ଏନଜିଟି ମାମଲା ପରେ ଅଭିଯୁକ୍ତ ତହସିଲଦାରଙ୍କୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ଅପ୍ରେଲ ୩୦ତାରିଖରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦେଶ ତଥା ସଦର ଉପଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଭିଯୋଗ କ୍ରମେ ପୃଥକ ବାଲି ସଇରାତ ପାଇଁ ଲିଜଧାରୀ ପ୍ରଦୀପ ବିନ୍ଧାଣିଙ୍କ ସହିତ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କ ନାମରେ ୧୧୪/୨୨ ଓ ୧୧୫/୨୨ରେ ଦୁଇଟି ମାମଲା ରୁଜୁ କରାଯାଇଥିଲା।ଏହାକୁ ନେଇ ବଡସାହି ପୁଲିସ ଲିଜଧାରୀ ପ୍ରଦୀପ ବିନ୍ଧାଣିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ତେବେ ୩୦ତାରିଖ ଶନିବାର ଅପରାହ୍ନ ଠାରୁ ତହସିଲଦାର ଫେରାର ଥିବାର ଲୋକଙ୍କ ମଧ୍ୟରେ ଚର୍ଚ୍ଚା । ସୂଚନାଯୋଗ୍ୟ, ବଡସାହି ତହସିଲ ଅଧୀନରେ ଥିବା ଡିଙ୍ଗିରା ଓ ଆରପଟା ବାଲି ସୈରାତକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ କଲିକତା ବେଂଚ ପକ୍ଷରୁ ପୄଥକ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରି ଲିଜଧାରୀଙ୍କୁ ୧୭କୋଟି ୩ଲକ୍ଷ ୧୬ହଜାର ୨୭୨ଟଙ୍କା ଜରିମାନା କରିଛନ୍ତି । ଏହା ସହ ବଡସାହି ତହସିଲଦାର ମମତାଜ ମହାରଣା ଓ ଲିଜଧାରୀ ପ୍ରଦୀପ ବିନ୍ଧାଣିଙ୍କ ନାମରେ ଆଇପିସି,ସିଆରପିସି ଓ ପବ୍ଲିକ ଅର୍ଥ ହେରଫେର ଆକ୍ଟ ୨୦୦୨କୁ ନେଇ ମାମଲା ରୁଜୁ କରିବାକୁ ମୟୂରଭଞ୍ଜ ଜିଲାପାଳଙ୍କୁ ବ୍ୟକ୍ତିଗତ ଆଫିଡେଭିଟ ଦାଖଲ କରିବାକୁ ନିଦ୍ଦେଶ ଦିଆଯାଇଥିଲା । ତେବେ କେବଳ ମମତାଜ ମହାରଣା ଙ୍କୁ ଦାୟୀ କଲେ ହେବନାହିଁ କାରଣ ଦୁର୍ନୀତିର ଚେର ଉପର ପାହ୍ୟା ପର୍ଯ୍ୟନ୍ତ ଲମ୍ବିଛି ବୋଲି ବୁଦ୍ଧିଜୀବୀ ମହାରରେ ଚର୍ଚ୍ଚାର ବିଷୟ।ମୟୂରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook