ଭୁବନେଶ୍ୱର; ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ୭ ତାରିଖରେ ଅବପାତ ଓ ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବାର ସମ୍ଭାବନା । ପରେ ବାତ୍ୟା ଉତ୍ତରପଶ୍ଚିମ ଦିଗରେ ଗତି କରିବ। ୧୦ ତାରିଖ ସୁଦ୍ଧା ଏହା ପଶ୍ଚିମକେନ୍ଦ୍ରୀୟ ଓ ପାର୍ଶ୍ୱବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ହେବ .
ବାତ୍ୟାର ପ୍ରଭାବରେ ୧୦ ତାରିଖରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ୪ଟି ଜିଲ୍ଲା- ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି
କିନ୍ତୁ ଏହା କେଉଁଠି ଲ୍ୟାଣ୍ଡଫଲ କରିବ, ସେ ନେଇ ଏଯାଏଁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ କିଛି କୁହାଯାଇନାହିଁ। ଅନ୍ୟପକ୍ଷରେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି, ୧୦ରେ ବାତ୍ୟା ଉପକୂଳ ନିକଟବର୍ତ୍ତୀ ହେଲା ପରେ ଦିଗ ବଦଳାଇପାରେ। ଦିଗ ବଦଳାଇବା ପରେ ବାତ୍ୟା ଦୁର୍ବଳ ହେବାର ସମ୍ଭାବନା ରହିଛି।