ନବରଙ୍ଗପୁର ବିଜେପି ପକ୍ଷରୁ ବ୍ଲକ୍ ଓ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଓ ।

ନବରଙ୍ଗପୁର -: ବିଭିନ୍ନ ଦାବି ନେଇ ଜିଲ୍ଲା ବିଜେପି ପକ୍ଷରୁ ବ୍ଲକ୍ ଓ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଓ ।
ଉମରକୋଟ ବିଭିନ୍ନ ଦାବି ନେଇ ଜିଲ୍ଲା ବିଜେପି ପକ୍ଷରୁ ବ୍ଲକ୍ ଓ ଇଲେକ୍ଟ୍ରିକ୍ କାର୍ଯ୍ୟାଳୟ ଘେରାଓ । ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ ଶତାଧିକ ବିଜେପି ନେତା ଓ କର୍ମୀ ଘେରିଲେ ଉମରକୋଟ ବ୍ଲକ୍ କାର୍ଯ୍ୟାଳୟ ଏବଂ ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ସମସ୍ତେ ଏକତ୍ରିତ ହୋଇ ସ୍ଥାନୀୟ ପେଣ୍ଡ୍ରାଣୀ ମନ୍ଦିର ନିକଟରୁ ବାହାରି ରାଲି ମାଧ୍ୟମରେ ସହର ପରିକ୍ରମା କରି ଉମରକୋଟ ବ୍ଲକ୍ କାର୍ଯ୍ୟାଳୟକୁ ଘେରାଓ କରି ବହୁ ସମୟ ଧରି ବ୍ଲକ୍ ରେ ହେଉଥିବା ଅନେକ ଦୁର୍ନିତି ଯଥା :- ଶୌଚାଳୟ ଦୁର୍ନୀତି, ଆବାସ ଦୁର୍ନୀତି, ମନରେଗା ଦୁର୍ନୀତି ଆଦି ଦୁର୍ନୀତି କୁ ବିରୋଧ କରି ରାଜ୍ୟ ସରକାର ଏବଂ ବିଜେଡି ଦଳକୁ ଟାର୍ଗେଟ କରି ବିକ୍ଷୋଭ ପ୍ରଦର୍ଶନ ପରେ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପରେ ରାଲି ମାଧ୍ୟମରେ ବାହାରି ଉମରକୋଟ ସ୍ଥିତ ବିଦ୍ୟୁତ୍ ବିଭାଗର ଉପଖଣ୍ଡ ସ୍ଥରୀୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ କରିବା ସହ ଅଘୋଷିତ ବିଦ୍ୟୁତ୍ କାଟ୍ ସାଙ୍ଗକୁ ଅତ୍ୟଧିକ ବିଲ୍ କୁ ବିରୋଧ କରିଥିଲେ ଏବଂ ଏହାର ତୁରନ୍ତ ସମାଧାନ ନ ହେଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଚେତାବନୀ ଦେଇଛନ୍ତି । ସେପଟେ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି ଏବଂ ଏହାର ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ବିଡିଓ ହିମାଞ୍ଚଳ ମାଝୀ ପ୍ରକାଶ କରିଛନ୍ତି ।

Share this…
Share on Facebook

Facebook