ଛିଡ଼ିଲାନି ଭାଗବାଣ୍ଟ;ଗଛ କାଟିବା ଖବର ନାହିଁ , ନେଲା ବେଳେ ରେଡ଼୍

ବାରିପଦା:ଜଙ୍ଗଲ କାଟିଲେ ଖବର ନାହିଁ । ବନ ବିଭାଗ କିଛି ଜାଣି ପରୁନି,ପୋଲିସ ଅଚାନକ ଆସି ରେଡ଼ କରୁଛି । ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । କାଠ ମାଫିଆ ନିର୍ଭୟରେ ବାଙ୍ଗରିପୋଷି ବଣବୁଡ଼ାମୋରା ଗାଁରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠକୁ ଟ୍ରକରେ ଲୋଡ଼ କରୁଥିବା ବେଳେ ପୋଲିସ ଖବର ପାଇଁ ଘଟଣାସ୍ଥଳରୁ ଟ୍ରକକୁ ଜବତ କରିଛି ।

ଦେଉଳି ବନ କର୍ମଚାରୀ ନିଦରେ ଶୋଇଥିବା ବେଳେ ପୋଲିସ କାଠ ଗାଡ଼ି ଜବତ ହୋଇଥିବା ଖବର ଦେଇଥିଲା । ତେବେ ଖବର ପାଇଁ ବନ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଲକ୍ଷାଧିକ କାଠକୁ ଜବତ କରିବା ସହ ଟ୍ରକକୁ ଜବତ କରିଛି । ତେବେ କାଠ ମାଫିଆ ମାନେ ବର୍ଷ ବର୍ଷ ଧରି ଜଙ୍ଗଳ ସଫା କରୁଥିବା ବେଳେ ବନ ବିଭାଗ ପାଖରେ ଖବର ନାହିଁ । ଯାହାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ବିଭାଗୀୟ ଅଧିକାରୀଙ୍କୁ ତିବ୍ର ସମାଲୋଚନା କରିଛନ୍ତି । ମୟୂରଭଞ୍ଜରୁ ତପନ ଦଣ୍ଡପାଟଙ୍କ ରିପୋର୍ଟ MPX TV ODIA ।

Share this…
Share on Facebook

Facebook