ବାଲେଶ୍ଵର ଜିଲ୍ଲା ବାହାନଗା ଗୋପାଳପୁର ବଜାର ନିକଟରେ ଥିବା ବେଆଇନ ଭାବେ ଚାଲୁଥିବା ଘିଅ ତିଆରି କାରଖାନା ଉପରେ ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ଏବଂ ଖନ୍ତାପଡା ଥାନା ପୋଲିସ ଅଚାନକ ଚଢ଼ାଉ କରିଥିବା ଦେଖିବାକୁ ମିଳିଛି। ଖବର ନେବାରୁ ଜଣାପଡିଛି ଯେ ଏହି ବଜାର ନିକଟରେ ଥିବା ଗୋଟିଏ ଘରେ ଦୀର୍ଘ ଦିନ ଧରି କାଞ୍ଚନ ରାକ୍ଷୀ ନାମକ ଏକ ମହିଳା ଏଠାରେ ଦୀର୍ଘ ଦୀନ ଧରି ବେଆଇନ ଭାବେ ଗଙ୍ଗା ଘିଅ, ଶ୍ରୀମନ୍ଦିର ଘିଅ ସହିତ ଚାହା, ସୟାବୀନ,ହଳଦୀ,ତେଲ ତିଆରି କରି ବିକ୍ରି କରୁଥିବା ଅଭିଯୋଗ ହେଉଥିଲା।ଆଜି ଅଚାନକ ବାଲେଶ୍ବର ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ଅନୁଶ୍ରୀ ଖଟୁଆ ଙ୍କ ସମେତ ଖନ୍ତାପଡା ଥାନା ଅଧିକାରୀ ବିମଳ କୁମାର ନାୟକ ସମେତ ପୋଲିସ ଫୋର୍ସ ଅଚାନକ ଚଢ଼ାଉ କରିଥିବା ବେଳେ କିଛି ଘିଅ,ଚାହା, ହଳଦୀ ସେମ୍ପୁଲ କୁ ଜବଦ କରିବା ସହ ସମସ୍ତ ଯନ୍ତ୍ରାଂଶ କୁ ସିଲ କରିଥିବା ଜଣାପଡିଛି।