ସୋର: ରାତି ରେ ଥିଲା ପ୍ରେମିକାର ବାହାଘର। ଅନ୍ୟ ପୁରୁଷ ସହିତ ବଧୂ ବେଶରେ ନିଜ । ପ୍ରେମିକାକୁ ଦେଖ୍ ସହିପାରିଲେନି ପ୍ରେମିକ। ଦୁଃଖରେ ମ୍ରିୟମାଣ ହୋଇ ପ୍ରେମିକ ନିଶାସକ୍ତ ଅବସ୍ଥାରେ ଆଜି ଏକ । ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣା ବେଳର ଉତ୍ତୋଳନ ହୋଇଥିବା ଭିଡିଓରୁ ଏହା ଜଣାପଡ଼ିଛି। ଏଭଳି ଏକ ଦୁଃଖଦ ଘଟଣା ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଜହ୍ନିଆ ଗ୍ରାମରେ ଘଟିଛି। ଗ୍ରାମର ରତ୍ନାକର ମଳିକଙ୍କ ପୁଅ ପ୍ରଦୀପ(୨୨) ଗୁଜରାଟର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ତାଙ୍କ ପାଖ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ୩/୪ ଦିନ
ତଳେ ସେ ଘରକୁ ଫେରି ପ୍ରେମିକାଙ୍କ ସହ ସାକ୍ଷାତ କରିବାକୁ ଚେଷ୍ଟା କରି ପାଇ ନ ଥିଲେ। ଗତ ରାତିରେ ପ୍ରେମିକାଙ୍କ ବାହାଘର ଅନ୍ୟତ୍ର ହୋଇଯିବା ଖବର ପାଇ । ପ୍ରଦୀପ ମାନସିକ ଭାରସାମ୍ୟ ହରାଇ ଆଜି ସକାଳେ ମଦ ବୋତଲ ସହିତ ଏକ ରଶି ନେଇ ଘର ଠାରୁ କିଛିଦୂରରେ ଥିବା ଏକ ଆକାଶୀ ଗଛ ଡାଳରେ ରଶି ଲଗାଇ ଝୁଲିପଡ଼ିଥିଲେ। ଏହା ଦେଖ୍ ପରିବାର ଲୋକେ ତାଙ୍କୁ ଗଛରୁ ଉଦ୍ଧାର କରି ସୋର ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଶବ ବ୍ୟବଚ୍ଛେଦ କରାଇବା ସହିତ ଏକ ଅପମୃତ୍ୟୁ | ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।