- କେନ୍ଦ୍ରାପଡ଼ା ରେ ପୁଣି ଗର୍ଜିଲା ବନ୍ଧୁକ। ରାତିରେ ନିକିରାଇ ଥାନା ଅଧୀନ ସଦାନନ୍ଦପୁର ରେ ହୋଇଛି ଗୁଳିମାଡ଼।ଆହତ ହୋଇଥିବା ବ୍ୟକ୍ତିଙ୍କ ନାଁ ଅଜୟ ପତି। ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ଛାତିକୁ ଗୁଳି କରିବାକୁ ଉଦ୍ୟମ କରୁଥିଲେ। ତେବେ କୌଶଳକ୍ରମେ ଅଜୟ ସେମାନଙ୍କ ଠାରୁ ଦେଶୀ ବନ୍ଧୁକଟିକୁ ଛଡାଇ ଆଣିଥିଲେ। ତେବେ ସେହି ସମୟରେ ଗୁଳି ଫୁଟି ଥିଲା ଓ ତାହା ଅଜୟଙ୍କ ଡାହାଣ ହାତରେ ବାଜିଥିଲା। ପର୍ଶୁରାମ ତାଙ୍କ ଛାତି ଉପରେ ବନ୍ଧୁକ ରଖିଥିଲା। ତେବେ ସେ ତା’ଠାରୁ ବନ୍ଧୁକ ଛଡ଼ାଇ ଆଣିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପର୍ଶୁରାମ ଗୁଳି ଫୁଟାଇ ଦେଇଥିଲା। ଗୁଳି ତାଙ୍କ ହାତରେ ବାଜିଥିଲା।
Breking:କେନ୍ଦ୍ରାପଡ଼ା ରେ ପୁଣି ଫୁଟିଲା ଗୁଳି, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଡେରାବିଶ ବ୍ଳକ ବେଣୀପୁର ପଞ୍ଚୟତ ର ସଦାନନ୍ଦ ପୁର ରେ ଜଣେ ଦୁର୍ବୁତ୍ତ ଗୁଳି ଚାଳନା କରିଛି, ଗୁଳିର ଶିକାର ହୋଇଥିବା ବ୍ୟକ୍ତି ଡେରାବିଶ ବ୍ଲକ ରଘୁଦେଇପୁର ଗାଁ ର ଅଜୟ ପତି ହୋଇଥିବା ବେଳେ ଭଉଣୀ ଘରକୁ ଆସିଥିଲେ କୌଣସି ସୂତ୍ରରୁ ଖବର ପାଇଁ ଦୁର୍ବୁତ୍ତ ଆଜି ସନ୍ଦ୍ୟାରେ ଅଜୟ କୁମାର ପତି ଙ୍କୁ ଗୁଳି ମାଡ କରିଛି. ନିକିରାଇ ପୋଲିସ ର ନିଷ୍କ୍ରିୟତା ଯୋଗୁ ଏଭଳି ଘଟଣା ଘଟୁଥିବା ଆଲୋଚନା ହେଉଛି.