ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ର ନିଆରା ପ୍ରୟାସ

ମାଲକାନଗିରି – ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା । ଜିଲ୍ଲାରେ ଅନେକ ସମ୍ପ୍ରଦାୟ ର ଲୋକେ ରୁହନ୍ତି । ତେବେ ଜିଲ୍ଲା ବାସୀଙ୍କ ଭେସ ଭୁଷା ଯେତିକି ନିଆରା ସେମାନଙ୍କ ଚାଲି ଚଳନ , ସଂସ୍କୃତି ଓ ପରମ୍ପରା ମଧ୍ୟ ସେତିକି ନିଆରା । ଆଧୁନିକତାର ଯୁଗରେ ମଧ୍ୟ ସେମାନେ ସେମାନଙ୍କ ପରମ୍ପରାକୁ ବଜାଇ ରଖିଥାନ୍ତି । ତେବେ ଏହି ସବୁ ଚାଲି ଚଳନ ମଧ୍ୟରେ ବାଲ୍ୟ ବିବାହ ଅନ୍ୟତମ । ତେବେ ଯେଉଁ ବାଲ୍ୟ ବିବାହକୁ ସରକାର ବେଆଇନ କରିଛନ୍ତି ସେହି ନିୟମ ଆଜି ବି ଗାଁ ଗହଳି ରେ ରହି ଆସିଛି । ତେଣୁ ବାଲ୍ୟ ବିବାହ ଓଡ଼ିଶାରେ ଏକ ନମ୍ବର ରେ ଅଛି ମାଲକାନଗିରି ଜିଲ୍ଲା । ତେବେ ଏହି ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସହ ହାତ ମିସାଇଛି ଯୁବଗୋଷ୍ଟି ।

ମାଲକାନଗିରି ଜିଲ୍ଲାରେ ଅନେକ ସମ୍ପ୍ରଦାୟର ଲୋକେ ବାସ କରିଥାନ୍ତି । ତେବେ ସମସ୍ତେ ନିଜ ନିଜ ପରମ୍ପରା କୁ ନେଇ ଚାଲିଥାନ୍ତି । ତେବେ ଜିଲ୍ଲାରେ ଅନେକ ଅଧିବାସି ଅଶିକ୍ଷିତ ଓ ପୁରାତନ ପରମ୍ପରା ବେଣ୍ଟ ପର୍ବ ରେ ପଶୁ ଶିକାର ଭଳି ବେଆଇନ କାମ ମଧ୍ୟ କରି ଥାନ୍ତି । ଠିକ ସେହିଭଳି ଜିଲ୍ଲାରେ ଅନେକ ସମୟରେ ବାଲ୍ୟ ବିବାହ ହୋଇ ଥାଏ। ତେଣୁ ସବୁ ଜିଲ୍ଲା ଅପେକ୍ଷା ଓଡ଼ିଶାରେ ମାଲକାନଗିରି ଜିଲ୍ଲା ବାଲ୍ୟ ବିବାହର ଏକ ନମ୍ବର ରେ ରହିଛି । ତେଣୁ ଏହାକୁ ରୋକିବା ପାଇଁ ଗାଁ ଗାଁ ରେ ସଚେତନତା ସହ ଯୁବ ଗୋଷ୍ଟି ଦ୍ୱାରା ଏକ ଛୋଟ ଫିଲ୍ମ ସୁଟ କରାଯାଇଛି। ଏହି ଫିଲ୍ମରେ ଛୋଟ ଛୋଟ ଶିଶୁ ମାନଙ୍କୁ ନେଇ କରାଯାଇଛି । ଯେଉଁଥିରେ କି ବାଲ୍ୟ ବିବାହ କଲେ କିଭଳି ଆଇନ ଅନୁଯାୟୀ ଦଣ୍ଡ ଦିଆ ଯିବ ସେ ସମ୍ବନ୍ଧରେ ଦେଖା ହୋଇଛି । ଏଥି ସହ ଜଣେ ଛୋଟ ଶିଶୁ ବିବାହ ନ କରି କିଭଳି ନିଜ ସ୍ୱପ୍ନ ପୂରଣ କରୁଛି ଓ ତା ସ୍ୱପ୍ନ ମୋଉଲୁ ମୋଉଲୁ ପୁଣି ଉଦଜୀବିତ ହେଉଛି ତାହା ମଧ୍ୟ ଦେଖା ହୋଇଛି ।

ମାଲକାନଗିରି ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନେକ ବୈଠକ କରାଯିବା ସହ ଚାଇଲଡ଼ ଲାଇନ ପକ୍ଷରୁ ଗାଁ ଗାଁ ରେ ସଚେତନ କରାଯାଉଛି । ତେବେ ବର୍ତମାନ ଡିଜିଟାଲ ଯୁଗ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଓ କିଛି ଯୁବକଙ୍କ ପ୍ରୟାସ ରେ ବାଲ୍ୟ ବିବାହ ରୋକିବା ଉପରେ ଏକ ଛୋଟ ଫିଲ୍ମର ଉନ୍ମୋଚନ ହୋଇଛି। ଯାହାଫଳରେ ଏହି ଫିଲ୍ମ ଦେଖି ଲୋକଙ୍କ ମନରେ ଭୟ ହେବା ସହ ଲୋକେ ସଚେତନ ହେବେ ଓ ବାଲ୍ୟ ବିବାହ ବନ୍ଦ ହେବା ରେ ସହାୟକ ହେବ ବୋଲି ଜିଲ୍ଲାପାଳ ବିଶାଳ ସିଂ ଓ ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ପ୍ରକାଶ କରିଛନ୍ତି ।

 

ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଓ ଯୁବ ଗୋଷ୍ଠିର ମିଳିତ ପ୍ରୟାସ ଯଗୁଁ ସାଧାରଣରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।ରିପୋର୍ଟ -ଶିବ ପ୍ରସାଦ ଦାସ

Share this…
Share on Facebook

Facebook