ମୃତ ବ୍ୟକ୍ତିଙ୍କ ପରିବାରକୁ ଓଡ଼ିଶା ଡ୍ରାଇଭର ସଙ୍ଘର ସହାୟତା

 

ମୟୁରଭଞ୍ଜ—ମୃତ ଡ୍ରାଇଭରଙ୍କ ଏକାଦଶାହରେ ପରିବାର ଲୋକଙ୍କୁ ଦଶ ହଜାର ଟଙ୍କା ପ୍ରଦାନ କଲେ ଓଡିଶା ଡ଼୍ରାଇଭର ମହାସଂଘ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ନଛିପୁରିଆ ଗ୍ରାମରେ। ସୂଚନା ମୁତାବକ ନଛିପୁରିଆ ଗ୍ରାମର ଅଦୈତ ପୃଷ୍ଠି ନାମକ ଜୈନିକ ବ୍ଯକ୍ତି ଗାଡ଼ି ଚଳାଇ ପରିବାର ଚଳାଉଥିଲେ। କିଛି ଦିନ କିଡନି ଜନିତ ରୋଗରେ ଆକ୍ରାନ୍ତ ହେବାପରେ ଗତ ତା୨୩/୦୪/୨୨ ରିଖ ଦିନ ଅଦୈତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ତା୦୩/୦୫/୨୨ ରିଖ ମଙ୍ଗଳବାର ଏକାଦଶାହ ଦିନ ଓଡିଶା ଡ଼୍ରାଇଭର ମହାସଂଘ,ବେତନଟୀ ବ୍ଲକ,ମୟୂରଭଞ ପକ୍ଷରୁ ବ୍ଲକ ସଭାପତି ଅନାଦି ଚରଣ ବିନ୍ଧାଣି,ଉପ-ସଭାପତି ରଣଜିତ ସିଂ,କଷାଧକ୍ୟ-ଭବାନୀ ଶଙ୍କର ସାହୁ,ଉପଦେଷ୍ଟା-ଅନୀଲ କୁମାର ପଣ୍ଡା,ଜିଲ୍ଲା ଆଡ୍‌ମିନ୍‌ ଛୁଟୁ ଭାଇ,ତରଣୀକାନ୍ତ ବେହେରା,ଦାମଦର ଗିରି,ଫରିଦ୍‌ ଖାଁ,ତପନ କୁମାର ସାହୁ,ସୁରେନ୍ଦ୍ର ଗିରି,ମିଟୁ ନନା,ପ୍ରଦୀପ ଭାଇ,ବିକାଶ ପରିଡା ପ୍ରମୂଖ ମୃତକ ପରିବାରଙ୍କୁ ନଗଦ ଦଶ ହଜାର ଟଙ୍କା ପ୍ରଦାନ ସହିତ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ ଓ ମୃତକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ କରିଥିଲେ। ଏହିପରି କାର୍ଯ୍ଯ ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରସଂଶା ସାଉଁଟିଛନ୍ତି ଓଡିଶା ଡ଼୍ରାଇଭର ମହାସଂଘର।
ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ MPX TV ODIA

Share this…
Share on Facebook

Facebook