ଅନୁଗୋଳ : ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ବିଜେଡି ନେତା ତଥା ବଳରାମ ପ୍ରସାଦ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବରାମ ସାହୁଙ୍କୁ କିଛି ଜଣ ଦୁର୍ବୃତ ହତ୍ୟା କରିଛନ୍ତି।ଆଜି ସକାଳେ ନିଜ ଘର ଆଗରେ ତୁଳସୀ ଗଛରେ ପାଣି ଢ଼ାଳି ସୂର୍ଯ୍ୟ ପୂଜା କରୁଥିବା ସମୟରେ ପୂର୍ବ ଯୋଜନା ଅନୁଯାୟୀ ଦୁର୍ବୃତ ମାନେ ଆସି ପଛପଟୁ ହାଣି ହତ୍ୟା କରିଛନ୍ତି।ପୂର୍ବ ରାଜନୈତିକ ଶତ୍ରୁତା କୁ ନେଇ ହତ୍ୟା କରା ଯାଇଥିବା ସନ୍ଦେହ।ତେବେ ହତ୍ୟା କାରୀ ସେଠାରୁ ଖସି ଯିବା ସମୟରେ ନିଜର ହେଲିମେଣ୍ଟ ଓ ଚପଲ୍ ଛାଡ଼ି ଫେରାର ହୋଇ ଯାଇଛି।