ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ରଂଗପତି ଗ୍ରାମରେ ଜଣେ ନବବିବାହିତା ମହିଳା ବେକରେ ଆପ୍ରନ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିବା ପରେ ମହିଳାଙ୍କ ବାପ ଘର ଲୋକେ ସୋର ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି
ଅଭିଯୋଗ ଅନୁସାରେ ମୁଗୁନିପୁର ଗ୍ରାମର ରବୀନ୍ଦ୍ର ସାହୁଙ୍କ କନ୍ୟା ସସ୍ମିତାଙ୍କୁ ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ରଙ୍ଗପତି ଗ୍ରାମର ଶରତ ସାନ୍ତରା ଙ୍କ ପୁଅ ସୂର୍ଯ୍ୟକାନ୍ତ ୬ ମାସ ତଳେ ଭଲପାଇ ବିବାହ କରିଥିଲେ.ବିବାହ ପରେ ରବୀନ୍ଦ୍ର ୩ ଟି ଗ୍ରୁପରୁ ଟଙ୍କା ଋଣ କରି ତାଙ୍କ ସକ୍ଷମ ଅନୁସାରେ ଗହଣା ସହିତ ଲୁଗାପଟା, ଆସବାବପତ୍ର ଇତ୍ୟାଦି ଦେଇଥିଲେ.
କିନ୍ତୁ ସୂର୍ଯ୍ୟକାନ୍ତ ଙ୍କ ସମେତ ତାଙ୍କ ପରିବାର ଲୋକେ ଅଧିକ ପଚାଶ ହଜାର ଟଙ୍କା ଯୌତୁକ ଦାବୀ କରୁଥିବା ବେଳେ ରବୀନ୍ଦ୍ର ଏତେ ଟଙ୍କା ଦେବାକୁ ଅସହାୟତା ପ୍ରକାଶ କରିବାରୁ ତାଙ୍କ ଝିଅକୁ ମାରିଦେଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ରବୀନ୍ଦ୍ର ସୋର ଥାନା ରେ ଅଭିଯୋଗ କରିଛନ୍ତି. ଅଭିଯୋଗ ପାଇ ସୋର ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ସହିତ ସ୍ୱାମୀ ସୂର୍ଯ୍ୟକାନ୍ତକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି.ରିପୋର୍ଟ… ସରତ ନାୟକ ସୋରୋ