ସୋର; ଧସିଗଲା ଦୋକାନ ସମତେ ଦୁଇ ମହଲା ଘର ଅଳ୍ପକେ ବର୍ତ୍ତିଲେ ଲୋକେ। ବାଲେଶ୍ୱର ଜିଲ୍ଲା ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ଗୋଳାପୋଖରୀ ଛକ ନିକଟରେ ଥିବା ଦୋକାନ ଘର ଅଚାନକ ଭୁଶୁଡ଼ି ପଡ଼ିଛି ସେପୁଣି ଗୋଟିଏ ନୁଁହେ କି ଦୁଇଟି ନୁଁହେ 6ରୁ ଅଧିକ ଦୋକାନ ଓ ଗୋଟିଏ ଘର ଭୁଶୁଡ଼ି ପଡ଼ିଛି । କୁହାଯାଉଛି ଦୋକାନ ଘର ସମ୍ମନରେ ଡ୍ରେନ କାର୍ଯ୍ୟ ପାଇଁ ଖୋଳା ଯାଇଥିବା ବେଳେ ସେହି କାରଣରୁ ଏହି ଦୋକାନ ଘର ଗୁଡ଼ିକ ଭୁଶୁଡ଼ି ପଡ଼ିଛି। ବଡ଼କଥା ହେଲା ଏହି ଘର ଗୁଡ଼ିକ ଦୀର୍ଘଦିନ ରୁ ନିର୍ମାଣ ହୋଇଥିବା ବେଳେ ଏହାକୁ ମରାମତି ଠିକ ଭାବରେ କରାଯାଉନଥିଲା ଯାହା ଫଳରେ ଆଜି ଏପରି ଘଟଣା ଘଟିଛି । ତେବେ ଦିନ ସମୟରେ ଭିଡ଼ ଥିବା ବେଳେ ଏପରି ଅଘଟଣ ଘଟିଥିବା ସ୍ୱତେ ସୌଭାଗ୍ୟ ବସତ କୌଣସି ପ୍ରକାର ଅଘଟଣ ଘଟିନାହିଁ ।
ସୋର ରୁ ସରତ ନାୟକ