ପୁଣି କେନ୍ଦ୍ରାପଡ଼ାରେ ଗର୍ଜିଲା ବନ୍ଧୁକ

କେନ୍ଦ୍ରାପଡ଼ା ମହାକାଳପଡ଼ା ମାର୍କେଟର ପେଟ୍ରୋଲ ପମ୍ପ ନିକଟରେ ଗୁଳିକାଣ୍ଡ । ଗୁଳିମାଡ଼ରେ ବଜରଙ୍ଗ ଦଳର ମହାକାଳପଡ଼ା ପ୍ରଖଣ୍ଡ ସହ ସଂଯୋଜକ ଲକ୍ଷ୍ମଣ ମଲିକ ଗୁରୁତର । ଲକ୍ଷ୍ମଣଙ୍କ ଗୋଡ଼ରେ ବାଜିଛି ଗୁଳି, ପ୍ରଥମେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ଦେହର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ରେଫର କରାଯାଇଛି ।

ତେବେ କିଏ କାହିଁକି ଏପରି କାଣ୍ଡ ଭିଆଇଲା ତାହା ଅସ୍ପଷ୍ଟ ରହିଥିଲା ବେଳେ ପୋଲିସ ସାରା ଜିଲ୍ଲାରେ ଛାନଭିନ ଜାରି ରଖିଛି । ତେବେ ବଜରଙ୍ଗ ଦଳର ଜଣେ ନେତୃତ୍ୱକୁ ଗୁଳିମାଡ଼ ହୋଇଥିବାରୁ ଆଗାମୀ ଦିନରେ ରାଜରାସ୍ତାରେ ସଂଗଠନ ଆସିବାକୁ ସ୍ଥିର କରିଛି । ଏହି ଗୁଳିକାଣ୍ଡକୁ ଜିଲ୍ଲାର ବୁଦ୍ଧିଜୀଜୀ ତିବ୍ର ନିନ୍ଦା କରିଛନ୍ତି । କେନ୍ଦ୍ରାପଡ଼ାରୁ ଦଇତାରୀ ଜେନାଙ୍କ ରିପୋର୍ଟ ଏମପିଏକ୍ସ ଓଡ଼ିଆ

Share this…
Share on Facebook

Facebook