ଭଞ୍ଜନଗର– ଭଂଜନଗର ଥାନା ଅନ୍ତର୍ଗତ ଖାରିଗୁଡା ଗ୍ରାମର ରୋହିତ ନାଇକ ବାରହା ଶିକାର କରିବାକୁ ବନ୍ଧୁକ ଧରି ଯାଉଥିବା ବେଳେ ସେହି ବନ୍ଧୁକରୁ ଗୁଳିଫୁଟି ଶିକାରୀ ଗୁରୁତର ।ଏହି ଘଟଣା ସକାଳ ୯ଘ: ସମୟରେ ଘଟିଛି। ଖବର ନେବାରେ ଶିକାରୀ ରୋହିତ ସକାଳ ସମୟରେ ବାରହା ଶିକାର କରିବାକୁ ଗ୍ରାମ ନିକଟସ୍ଥ ଜଙ୍ଗଲ ଶିକାର କରିବାକୁ ବନ୍ଧୁକ ଧରି ଯାଉଥିବା ବେଳେ ଅସାବଧାନତା ଯୋଗୁଁ ଶିକାରୀ ରୋହିତ ଧରିଥିବା ବନ୍ଧୁକରୁ ଗୁଳିଫୁଟି ବାମ ହାତ ବାଜି ଗୁଳିଟି ହାତରେ ରହିଯିବା ଫଳରେ ଗୁରୁତର ହେଇପଡିଥିଲେ ଘଟଣାସ୍ଥଳରୁ ରୋହିତକୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ପରେ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଥିଲା । MPX TV ODIA