ପୂର୍ବ ଶତ୍ରୁତାକୁ ନେଇ ଦୋକାନନୀକୁ ଗୁଳି ମାଡ଼

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଖଡିବାହାଳି ଛକର ଦୋକାନି ଜଗବନ୍ଧୁ ମହାପାତ୍ର ଙ୍କୁ ଗତକାଲି ରାତି୯ଟାରେ କେହିଜଣେ ଗୁଳି କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି । ଗୁଳି ସଦ୍ଦ ଶୁଣି ପାଖରେ ଥିବା ଅନ୍ୟ ଦୋକାନୀ ଓ ଗାଁ ଲୋକ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତ୍ବର ଅବସ୍ଥାରେ ଜଗବନ୍ଧୁ ଉଦ୍ଦାର କରି 108 ଆମ୍ବୁଲାନ୍ସ ଯୋଗେ ପ୍ରଥମେ ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡ଼ିକାଲକୁ ପଠାଇ ଦେଇଥିଲେ। ଏପଟେ ଘଟଣାର ଖବର ପାଇ ହରିଚନ୍ଦନପୁର ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି। ରାମଚନ୍ଦ୍ର ନାଏକ, କେନ୍ଦୁଝର

Share this…
Share on Facebook

Facebook