ମୟୂରଭଞ୍ଜ :- ଆଜି ବାରିପଦା ପୋଡାଅସ୍ତିଆ ସ୍ଥିତ ମହାଦେବ ମନ୍ଦିର ଠାରେ କୁହୁ ସିନି ଫ୍ଲିକ୍ସ ଓ ସ୍ୱରାଜ ବାରିକଙ୍କ ମିଳିତ ପ୍ରଯୋଜନାରେ ସର୍ଟ ଫିଚର ଫିଲ୍ମ ‘ଶୂନ୍ୟତା’ ର ଶୁଭ ମୁହୁରତ୍ ହୋଇଯାଇଛି । ଏହି ସର୍ଟ ଫିଲ୍ମଟିକୁ ଓଡିଆ ସିନେ ଜଗତର ଚକଲେଟ ହିରୋ ସ୍ୱରାଜ ବାରିକ ନିର୍ଦ୍ଦେଶନା ଦାୟିତ୍ୱ ନେଇଥିଲା ବେଳେ ପ୍ରଯୋଜନା ଶୁଭେନ୍ଦୁ ସାହୁ କରୁଛନ୍ତି । କରୋନା ସମୟରେ ମଧ୍ୟ ସ୍ବରାଜ ଘରେ ନବସି ୨ଟି ସର୍ଟ ଫିଲ୍ମ ନିର୍ମାଣ କରି ଦର୍ଶକଙ୍କ ବେଶ ନିକଟତର ହୋଇପାରିଥିଲେ । “ଶୁନ୍ୟତା” ର କାହାଣୀ ମଧ୍ୟ ଭିନ୍ନ ଧରଣର ରହିଥିବା ଯୋଗୁଁଏହା ମଧ୍ୟ ଦର୍ଶକଙ୍କୁ ବେସ୍ ପସନ୍ଦ ହେବ ବୋଲି କହିଛନ୍ତି ସ୍ବରାଜ ।

ଏହି ସିନେମାଟିରେ ଜିଲ୍ଲାର ନୁଆ ପିଢିର କଳାକାରଙ୍କୁ ନିଆଯାଇଛି ଓ ଜିଲ୍ଲା ଭିତରେ ଆଗାମୀ ୨ମଧ୍ୟରେ ଏହାର ସୁଟିଂ ସମାପ୍ତ କରିବାକୁ ଯୋଜନା ରହିଛି । ପଖାପାଖି ଏକମାସ ମଧ୍ୟରେ ମୁକ୍ତିଲାଭ କରିବାକୁ ଥିବା ଏହି ୨୦ମିନିଟ ର ସର୍ଟ ଫିଲ୍ମଟିକୁ 3D ଥ୍ରୀଲର ସହ ଭିନ୍ନ ସ୍ବାଦରେ ଦର୍ଶକଙ୍କ ନିକଟରେ ପହୁଞ୍ଚାଇବାକୁ ଭରପୁର ପ୍ରୟାସ କରାଯାଉଛି ବୋଲି କହିଛନ୍ତି ପ୍ରଯୋଜକ ଶୁଭେନ୍ଦୁ ସାହୁ । ରିଲିଜ୍ ହେବାପରେ ନିଶ୍ଚିତ ଲୋକଙ୍କ ନିକଟରେ ମନରଞନ ଭରିଦେବ ବୋଲି କହିଛନ୍ତି ଓଡିଆ ଅଭିନେତା ତାପସ ପାଢ଼ୀ ।ମୟୂରଭଞ୍ଜ ରୁ ତପନ ଦଣ୍ଡପାଟ

Share this…
Share on Facebook

Facebook