ଛେଣ୍ଡିପଦା,
ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଡ଼ଙ୍ଗାପାଳ ଗ୍ରାମ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାଯାଇଥିବା ବେଳେ ହାତୀ ଆକ୍ରମଣରେ ଡଙ୍ଗାପାଳ ଗ୍ରାମର ଚଞ୍ଚଳା ସାହୁ (୪୫) ସ୍ୱାମୀ ଅଜୟ ସାହୁ ଗୁରୁତର ହୋଇଛନ୍ତି।ଘଟଣାରୁ ପ୍ରକାଶ ଯେ ଆଜି ସକାଳ ସମୟରେ ଡଙ୍ଗାପାଳ ଗ୍ରାମର ଜଣେ ଚଞ୍ଚଳା ସାହୁ ତାଙ୍କର ଅନ୍ୟ ସାଥି ମେଘି ସାହୁ ସହ ଜଙ୍ଗଲ କୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ ,ପତ୍ର ତୋଳିବା ସମୟରେ ସେଠାରେ ସେ ଏକ ହାତୀ ଦେଖିବାକୁ ପାଇଥିଲେ । ହାତୀ ଦେଖି ସେମାନେ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା,ଫଳରେ ବାଟରେ ଗୋଡ଼ଖସି ଜିବାରୁ ଚଞ୍ଚଳା ସାହୁଙ୍କର ନାକ ଓ ଗୋଡ଼ରେ ଆଘାତ ଲାଗିଥିଲା।ଖବର ପାଇ ବନବିଭାଗ କର୍ମଚାରୀ ଓ ଡଙ୍ଗାପାଳ ଗ୍ରାମର କିଛି ଯୁବକ ସେଠାରେ ପହଁଚି ଉକ୍ତ ମହିଳାଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ । ମହିଳା ଜଣଙ୍କ ଗୁରୁତର ଥିବା ସୂଚନା ମିଳିଛି