ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଭଣ୍ଡାର ପଞ୍ଚାୟତ ଚୁଲୀମାଲ ଗାଁରେ ଦାଦାକୁ ଦାଦା ଝିଆରୀଙ୍କୁ ମରଣାନ୍ତକ ଆକ୍ରମଣ । ଦାଦା ଛବି ବାଗ ଓ ଝିଆରୀ ସ୍ଵାଗତିକା ବାଗଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଘର ଚୁଲୀମାଲ ଗାଁରେ। ସ୍ଵାଗତିକା ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ଆଜି ସକାଳେ ସ୍ଵାଗତିକା ଆଡମିଟ୍ କାର୍ଡ ନେବାକୁ ସ୍କୁଲକୁ ଯାଉଥିଲେ।
ଏହି ସମୟରେ ଚୁଲୀମାଲ ଗାଁ ନିକଟରେ ଦାଦା ଛବିଙ୍କୁ କିଛି ଲୋକ ବାଡ଼ିଆପିଟା କରୁଥିବା ଦେଖିଥିଲେ। ସ୍ଵାଗତିକା କକାଙ୍କୁ ଛଡ଼ାଇବାକୁ ଗଲା ବେଳେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।