ନୀଳଗିରି ; ବାଲେଶ୍ୱର ଜିଲ୍ଲା ନୀଳଗିରି ଟାଉନ୍ରେ ଦେଖିବାକୁ ମିଳିଛି , ବିଡିଓ ଓ ଥାନା ଗାଡ଼ିକୁ ଭାଙ୍ଗିଲା ନିଶାସକ୍ତ ଯୁବକ! । ନିଶାସକ୍ତ ଯୁବକକୁ କାବୁ କରିବାରେ ପୁଲିସ୍ ବିଫଳ ହେବା ପରେ ସ୍ଥାନୀୟ ଲୋକେ ବାନ୍ଧି ଥିଲେ। କାହାଳିଆ ଅଞ୍ଚଳର ବୀରା ପଣ୍ଡା ମଦ୍ୟ ପାନକରି ନୀଳଗିରି ଟାଉନ୍ ଦୁର୍ଗାମଣ୍ଡପଠାରେ ଲୋକଙ୍କୁ ଗାଳି ଦେଉଥିଲା। ବେଳେ ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଉଥିଲା। ଏହା ଦେଖି ଲୋକମାନେ ସତର୍କ ହୋଇ ରାସ୍ତାରେ ଯାଉଥିଲେ। ତେବେ ବିଡିଓଙ୍କୁ କ୍ୱାର୍ଟର୍ସରେ ଛାଡ଼ି ଆସୁଥିବା ତାଙ୍କ ଗାଡ଼ି ବୀରାଙ୍କ ହାବୁଡ଼ରେ ପଡ଼ିଯାଇଥିଲା। ସେ ଗାଡ଼ିକୁ ଅଟକାଇ ଦେଇଥିଲା ବୀର। ପରେ ବିଡିଓଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଗାଡ଼ି ଡ୍ରାଇଭର ବିରୋଧ କଲେ ମଧ୍ୟ ଶୁଣିନଥିଲା।ବିଡିଓଙ୍କ ଡ୍ରାଇଭର ଏନେଇ ନୀଳଗିରି ଥାନା ପୁଲିସ୍କୁ ଜଣାଇଥିଲେ। ଏହା ପରେ ପୁଲିସ୍ ସେଠାରେ ପହଞ୍ଚିଥିଲା। ପୁଲିସ୍ ପ୍ରଥମେ ନିଶାସକ୍ତ ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା। ମାତ୍ର ନିଶାସକ୍ତ ବୀରା ପୁଲିସ୍କୁ ଧରାଛୁଆଁ ଦେଇନଥିଲା। ବିଡିଓଙ୍କ ଗାଡ଼ି ଛାଡ଼ି ପୁଲିସ୍ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ବୀରାର ଆକ୍ରମଣରେ ଦୁଇ ଜଣ ପୁଲିସ୍ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।