ରାଜଗାଙ୍ଗପୁର; ଜଣେ ଯୁବତୀଙ୍କୁ ପ୍ରେମ କରି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଅନ୍ୟ ଝିଅକୁ ବିବାହ କରିବା ପଡ଼ିଲା ମହାଙ୍ଗା । ବନ୍ଧା ହେଲେ ସରକାରୀ ବାବୁ।
ରାଜଗାଙ୍ଗପୁର ଅଲଣ୍ଡା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରି ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲେ ଜଣେ ସରକାରୀ ବାବୁ । ବାବୁ ଜଣକ ହେଲେ ସୁବର୍ଣ୍ଣପୁର ସ୍ଥିତ ବିନକା ଅଞ୍ଚଳରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ରୁପକ୍ କୁଜୁର। କିନ୍ତୁ ବାବୁ ଜଣକର ପ୍ରତିଶ୍ରୁତି ମାରିଲା ଫେଲ୍ ସେ ଅନ୍ୟ ଏକ ଝିଅକୁ ବିବାହ କରିଥିଲେ।
ଅନ୍ୟ ଝିଅକୁ ବିବାହ ହୋଇଥିବ ଖବର ପାଇ ପୀଡ଼ିତା ଜଣକ ରାଜଗାଙ୍ଗପୁର ଥାନା ଅଧୀନସ୍ଥ ଲାଞ୍ଜିବେର୍ଣା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ କେନ୍ଦ୍ରକରି ରାଜଗାଙ୍ଗପୁର ପୋଲିଶ ଅଭିଯୁକ୍ତ ସରକାରୀ ବାବୁଙ୍କୁ ଗିରଫ କରି ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ କୁ ଥାନାରେ ଅଟକ ରଖିଥିଲେ । ତେବେ ଆଜି ଅଭିଯୁକ୍ତ ରୂପକ୍ କୁଜୁରକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି । mpx tv odia .