ବୋହୁ ର ପ୍ରେମିକ ଠୁ ମାଡ଼ ଖାଇଲେ ନିରୀହ ଶଶୁର

ସ୍ତ୍ରୀ ଚରିତ୍ରହିନା ହେଲେ ପରିବାର ଉଜୁଡି ଯାଏ.ଭାଙ୍ଗି ଯାଏ ସୁନାର ସଂସାର.ସୃଷ୍ଟି ହୁଏ ଅପ୍ରିତିକର ପରିସ୍ଥିତି.

ଅଭିଯୋଗ ଅନୁଯାୟୀ ଏଭଳି ଏକ ପରିସ୍ଥିତି ରେ ୨ କୋମଳମତି ଛୁଆ ହୋଇଗଲେ ମା ଛେଉଣ୍ଡ. ମାଇଁ ଭଣଜା ଙ୍କ ପ୍ରେମ ପାଇଁ ଭାଙ୍ଗି ଗଲା ୨ ଟି ପରିବାର .

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟକୁରା ଥାନା ଅନ୍ତର୍ଗତ ବଟିରା ପଞ୍ଚାୟତ ବାଲିଘାଇ ରାମଚନ୍ଦ୍ରପୁର ଗ୍ରାମ ରେ.

ଚରିତ୍ରହୀନା ବୋହୁ ପାଇଁ ବୋହୁ ର ରସିକିଆ ପ୍ରେମିକ ଠୁ ମାଡ଼ ଖାଇଛି ନିରୀହ ଶ୍ୱଶୁର.!ମାଡ଼ ଖାଉଥିବା ସମୟର ଏକ ଭିଜୁଆଲ ଭାଇରଲ ହେବା ସହ ପାଟକୁରା ଥାନା ରେ ଏନେଇ ଅଭିଯୋଗ ହୋଇଛି.

ବାଲିଘାଇ ରାମଚନ୍ଦ୍ରପୁର ଗ୍ରାମର ଶଶିକାନ୍ତ ସାହୁ ଙ୍କ ପତ୍ନୀ ସୁଜାତା ସାହୁ. ଦୁଇଟି ସନ୍ତାନ ସନ୍ତତି. ଝିଅ ଶରଣ୍ୟl ସାହୁ ଓ ପୁଅ ସମର୍ଜିତ ସାହୁ ଦୁହେଁ ଛୋଟ ଛୁଆ.

ଗତ ଏକବର୍ଷ ତଳେ ପତ୍ନୀ ସୁଜାତା ତାଙ୍କ ଆଗସାମନା ଘର ର ଜଣେ ସମ୍ପର୍କୀୟ ଭଣଜା ରମାକାନ୍ତ ସାହୁ ଙ୍କ ସହ ପରକ୍ରିୟା ପ୍ରୀତି ରେ ଲିପ୍ତ ହେଲେ. ଗଢି ତୋଳିଲେ ଅନୈତିକ ସମ୍ପର୍କ.ସମ୍ପର୍କ ଏତେ ବାଟ ଆଗେଇ ଗଲା ଯେ ସାହିପଡିସା ରେ ପ୍ରଘଟ ହେବାରୁ ବଦନାମ ଭୟରେ ସ୍ୱାମୀ ଶଶୀକାନ୍ତ ସବୁ କୁ ସହି ଗଲେ ଓ ସ୍ତ୍ରୀ ଙ୍କୁ ନେଇ ରାଜସ୍ଥାନ ଚାଲିଗଲେ. କିନ୍ତୁ ରସିକିଆ ପ୍ରେମିକ ଙ୍କୁ ସେଠି ବି ଝୁରି ହେଲେ ପତ୍ନୀ ସୁଜାତା. ଶେଷରେ ପ୍ରେମିକ ରମାକାନ୍ତ ସାହୁ ମଧ୍ୟ ରାଜସ୍ଥାନ ରେ ପହଂଚି ଶଶିକାନ୍ତ ନଥିବା ଅବସ୍ଥାରେ ସୁଜାତା ଙ୍କୁ ନେଇଆସିଲେ.

ଏ ଘଟଣା ପରେ ସ୍ୱାମୀ ଶଶିକାନ୍ତ ରାଜସ୍ଥlନ ରୁ ପାଟକୁରା ଆସି ପାଟକୁରା ଥାନା ରେ ଅଭିଯୋଗ କଲେ. ଫଳରେ ଫେରାର ପତ୍ନୀ ଓ ପ୍ରେମିକ ଙ୍କୁ ପାଟକୁରା ପୋଲିସ ଧରିଥିଲେ ମଧ୍ୟ ପତ୍ନୀ ସୁଜାତା ଆଉ ସ୍ୱାମୀ ଙ୍କ ପାଖରେ ନରହି ତାଙ୍କ ଭଣଜା ସମ୍ପର୍କୀୟ ପ୍ରେମିକ ସହ ରହିବେ ବୋଲି ସ୍ୱଇଚ୍ଛାରେ କହିଥିଲେ ଓ ଏ ନେଇ ଥାନା ରେ ଲେଖାପଢା ହୋଇଥିଲା.

ଫଳରେ ସ୍ୱାମୀ ଶଶିକାନ୍ତ ସାହୁ ନିଜ କୁନି କୁନି ଛୁଆ ଓ ନିଜ ବାପା ମା ଙ୍କ ସହ ନିଜ ଦୁନିଆ ରେ ରହିଲେ. ଏନେଇ ସୁଜାତା ଙ୍କ ନିଜ ବାପା ମଧ୍ୟ ଜ୍ୱାଇଁ ଶଶିକାନ୍ତ ଙ୍କ ସପକ୍ଷରେ ରହି ତାଙ୍କ ଝିଅ ର ଏଭଳି କାର୍ଯ୍ୟ କୁ ନିନ୍ଦା କରିଥିଲେ.

କିନ୍ତୁ ବର୍ତ୍ତମାନ ର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ସ୍ତବ୍ଧ କରିଦେଇଚି.

କିନ୍ତୁ ବର୍ଷେ ପରେ ପ୍ରେମିକ ରମାକାନ୍ତ ର ମନ ଭରି ଯିବାରୁ ସୁଜାତାଙ୍କୁ ଆଉ ରଖିବ ନାହିଁ ବୋଲି ନିଷ୍ପତି ନେଇ ସୁଜାତା ଙ୍କ ସ୍ୱାମୀ ଓ ଶଶୁର ଙ୍କୁ ନିଜ ବୋହୁ କୁ ନେଇଯିବାକୁ କହିଥିଲା,ଏଥିରେ ଶଶୁର ଗୋପାଳ ଚନ୍ଦ୍ର ସାହୁ ରାଜି ନହେବାରୁ ରମାକାନ୍ତ ରାଗିଯାଇ ହଟାତ ଏକ ଦୋକାନ ପାଖରେ ଆଶି ଗୋପାଳ ସାହୁ ଙ୍କୁ ଆକ୍ରମଣ କରିଥିଲା… ଆକ୍ରମଣ ସମୟର ଏକ ଭିଡିଓ ଗ୍ରାମବାସି ଉତ୍ତୋଳନ କରିଥିଲେ.
. ଏନେଇ ପୁଣି ପାଟକୁରା ଥାନା ରେ ଅଭିଯୋଗ ହୋଇଥିଲେ ବି ଏପର୍ଯ୍ୟନ୍ତ ଥାନା କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ.
ତେବେ ଏଭଳି ଜଣେ ଚରିତ୍ର ହିନ ମହିଳା ଯିଏକି ନିଜର ୨ ଛୋଟ ଛୁଆ ଓ ସରଳ ସ୍ୱାମୀ ଙ୍କୁ ଧୋକା ଦେଇ ଯୌବନର ଭୋକ ମେଣ୍ଟାଇବା ପାଇଁ ସମ୍ପର୍କୀୟ ଭଣଜା କୁ ପ୍ରେମିକ ଭାବେ ଆପଣାଇ ନେଇ ନିଜ ସ୍ୱାମୀ ର ପରିବର କୁ ଛାରଖାର କରିଦେଲା ଓ ତା’ପାଇଁ ପ୍ରେମିକ ହାତରୁ ବୁଢା ବୟସରେ ଶ୍ୱଶୁର ମାଡ଼ ଖାଇବା ଏକ ଅଭାବନୀୟ ଘଟଣା ବୋଲି ସ୍ଥାନୀୟ ଅଞ୍ଚଳ ବାସି ପ୍ରତିକ୍ରିୟା ଦେଇଛନ୍ତି.

ତେବେ ସୁଜାତା ଙ୍କ ୨ କୁନି କୁନି ଛୁଆ ଙ୍କୁ ଵୃଦ୍ଧା ବୟସ ରେ ମା ର ସ୍ନେହ ଦେଇ ପାଳୁଥିବା ଶଶିକାନ୍ତ ଙ୍କ ମା ଏସବୁ କୁ ସହ୍ୟ କରିପାରିନାହାନ୍ତ.

Share this…
Share on Facebook

Facebook