କବିସୂର୍ଯ୍ୟନଗର ; ରାଜ୍ୟସରକାର ଙ୍କ 5ଟି ର ନାମ ବଡା ଦର୍ଶନ ଛୋଟ l ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ଭ୍ରଷ୍ଟାଚାର ଓ ପିସି କାରବାର ରୋକିବା ଲାଗି ସରକାର 5 ଟି ଗଠନ କରିଛନ୍ତି l ଏଥିଲାଗି ଚାଲିଛି ଜୋରଶୋର ରେ ପ୍ରଚାର l କିନ୍ତୁ ସରକାରୀ କାର୍ଯ୍ୟାଳୟ ରେ ଏବେ ବି କିଭଳି ବାବୁମାନେ ପିସି ବିନା କାର୍ଯ୍ୟ କରନ୍ତି ନାହିଁ ତାର ପ୍ରମାଣ ଦେଇଛି ଏହି ସୂଚନା ଫଳକ l ଏହେଉଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ର 12 ନଂ ୱାର୍ଡ ଅରବିନ୍ଦ ନଗର ରେ ନଗର ଉନ୍ନୟନ ବିଭାଗ ର ଉନ୍ନତି ଯୋଜନା ରେ 3 ଲକ୍ଷ 39 ହଜାର ଟଙ୍କା ଅଟକଳ ମୂଲ୍ୟ ରେ କବିସୂର୍ଯ୍ୟନଗର ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଅରବିନ୍ଦ ନଗର ଗୋଷ୍ଠୀ କେନ୍ଦ୍ର ର ଦୃଶ୍ୟ l ଏହି ଗୃହଟି ନିର୍ମାଣ ହେବାର 3 ବର୍ଷ ବିତିଯାଇଛି l
ଗୃହ ନିର୍ମାଣ କରିଥିବା ପ୍ରାକ୍ସି ଠିକାଦାର ତାଙ୍କ ଖର୍ଚ୍ଚ ଟଙ୍କା ନମିଳିବାରୁ ନିର୍ମାଣ ଧୀନ କୋଠାର ଚାବି ନିଜ ଅଧୀନରେ ରଖିବା ସହିତ ଲୋକଙ୍କ ଅବଗତି ନିମନ୍ତେ ଅଧିକାରୀ ଙ୍କ ପିସି କାରବାର କଥା ସୂଚନା ଫଳକରେ ଲେଖିଥିବା କହିଛନ୍ତି କଣ୍ଟ୍ରାକ୍ଟର l ଅନ୍ୟପଟେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ହେବାର 3 ବର୍ଷରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ କୋଠାଟି ଲୋକଙ୍କ କାମରେ ଲାଗୁନି l ତେଣୁ ଯଥାଶୀଘ୍ର ସମସ୍ୟାର ସମାଧାନ କରାଯାଇ ସାହିବାସିନ୍ଦା କୁ ନିର୍ମାଣ ଧୀନ କୋଠା ହସ୍ତାନ୍ତର କରିବାକୁ ଦାବିକରିଛନ୍ତି l ହେଲେ ଏଠି ପ୍ରଶ୍ନ ଉଠୁଛି ନିର୍ମାଣ ଧୀନ କୋଠା ର କାନ୍ଥରେ ଅଧିକାରୀ ମାନେ ନେଇଥିବା ପିସି 27 ହଜାର ଟଙ୍କା ବିଷୟରେ କିଭଳି ଲେଖାଗଲା? କିଏ ନେଇଛି ଏହି ପିସି ଟଙ୍କା? କେବେ ହେବ ଏହାଉପରେ କାର୍ଯ୍ୟାନୁଷ୍ଠାନ? କେବେ ଲୋକେ ପାଇବେ କୋଠାର ସୁବିଧା? ସେପଟେ ଏହି ବିଷୟନେଇ କଣ କହୁଛନ୍ତି ବିଭାଗୀୟ ଅଧିକାରୀ ଦେଖନ୍ତୁ l