କେନ୍ଦ୍ରାପଡ଼ା ପୋଲିସ ଡ଼କାୟତିଙ୍କ ଚେର କାଟି ଦେଲା

କେନ୍ଦ୍ରାପଡ଼ା ପୋଲିସ ହାତରେ 13 ଆନ୍ତରାଜ୍ୟ ଡକାଇତ ଙ୍କ ସହ 8ଜଣ ଚୋରା ଜିନିଷ କ୍ରୋତା l ଚଳିତ ମାସ 9 ଓ 10 ତାରିଖ ରେ କେନ୍ଦ୍ରାପଡ଼ା ନିକିରାଇ ଓ ତନ୍ତିଆପାଳ ଥାନା ଅଧୀନ ଚାରିଗାଁ ଏବଂ କାକଟପୁର ଗାଁ ରୁ ସଶସ୍ତ୍ର ଡକାୟତି କରିଥିଲେ ଏହି ଆନ୍ତରାଜ୍ୟ ଲୁଟେରା l ଚାରିଗାଁ ଗ୍ରାମର ଭାବଗ୍ରାହୀ ମହାରଣା ଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ତାଙ୍କ ଘରୁ ସୁଶାନ୍ତ ସହ ଅନ୍ୟ 3ଜଣ ଡକାୟତ ରାତିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ସମେତ ନଗଦ ଟଙ୍କା ଡକାୟତ କରି ଖସି ପଳାଇବାରେ ସକ୍ଷମ ହୋଇଥିଲେ l ଏହି ଘଟଣା ର ଠିକ ପରଦିନ ଅର୍ଥାତ ଏପ୍ରିଲ 10 ତାରିଖରେ ଲିପୁ ସମେତ ଅନ୍ୟ 5 ଜଣ ତନ୍ତୀଆପାଳ ଅଧୀନ କାକଟପୁର ଗାଁର କାର୍ତିକ ସ୍ୱାଇଁ ଙ୍କ ଘରୁ ସଶସ୍ତ୍ର ଡକାୟତି କରିଥିବା ବେଳେ କାର୍ତିକ ଙ୍କୁ ଦରମରା କରିଥିଲେ l ତେବେ ଏହି ଡକାୟତ ଗୋଷ୍ଠୀ ଲୁଟ କରୁଥିବା ବେଳେ କାର୍ତିକଙ୍କ ମଝିଆ ବୋହୁ କୌଶଳ କ୍ରମେ ଖଟ ତଳକୁ ଯାଇ ସମ୍ପର୍କୀୟ ଙ୍କୁ ଫୋନ କରିବା ପରେ ଗାଁ ଲୋକେ ଅଧ ରାତିରେ ଏହି ଗୋଷ୍ଠୀର ଦୁଇଜଣ ସେକ ଲତିଫ ଓ ସେକ ତାହିଁରଙ୍କୁ ଗାଁ ଲୋକେ କାବୁ କରି ପୋଲିସ ଜିମା ଦେଇଥିଲେ l ତେବେ ପୋଲିସ ଏହି ଘଟଣାର ତଦନ୍ତ କରି ଜିଲାରେ ଏଭଳି ଲୁଟପାଟ କରୁଥିବl ଗୋଷ୍ଠୀକୁ ଧରି ଆଜି କୋର୍ଟଚାଲାଣ କରିଛି l ଆଜି କେନ୍ଦ୍ରାପଡ଼ା ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଲୁଟ ଓ ଆକ୍ରମଣ ଘଟଣାରେ ସମ୍ପୂର୍ତ୍ତ ସମସ୍ତ 13 ଜଣ ଅଭିଯୁକ୍ତ ଏବଂ 8 ଜଣ ଚୋରି ସାମଗ୍ରୀ କ୍ରୟ କରିଥିବା ଲୋକଙ୍କୁ ପୋଲିସ ଗିରଫ କରିଥିବା ନେଇ ସୂଚନା ଦେବା ସହ ସେମାନଙ୍କ ନିକଟରୁ 2 ଟି ଗୁଳିଭର୍ତି ବନ୍ଧୁକ, ଗୋଟିଏ ଟାଟା ଟିଗର କାର, ତିନୋଟି ବାଇକ, ଗୋଟିଏ ବୁଲେଟ,135 ଗ୍ରାମ ସୁନା ଓ 600 ଗ୍ରାମ ରୁପା ଅଳଙ୍କାର, ଦୁଇଟି ଭୁଜାଲି, ଗୋଟିଏ ଲୁହା ରଡ଼,13 ଟି ମୋବାଇଲ ଫୋନ ସମେତ ମୋଟ 91,500ଟଙ୍କା ଏମାନଙ୍କ ଠାରୁ ଜବତ କରାଯାଇଛି l ତେବେ ଉପସ୍ଥିତ ବୁଦ୍ଧି ଖଟାଇ ଦୁଇଜଣ ଡକାୟତ ଙ୍କୁ କାବୁ କରାଇବାର ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅପ୍ରମୟୀ ଓ ତାଙ୍କ ପରିବାରଙ୍କୁ ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି l ପୋଲିସ ସୂଚନା ଅନୁସାରେ ଏହି ଲୁଟ ଗ୍ୟାଙ୍କର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଗତସିଂପୁର ତ୍ରି୍ତୋଲ ଅଞ୍ଚଳ ର ସୁଶାନ୍ତ ଓରଫ ଲିପୁସାହୁ ନାମରେ ରାଜ୍ୟରେ ବିଭିନ୍ନ ଥାନାରେ 52 ଟି, ଲତିଫ ନାମରେ 34 ପ୍ରହ୍ଲାଦ ସେଠି ନାମରେ 16 ଟୁନା ମହାରଣା ନାମରେ 3ଟି ମାମଲା ରହିଛି l

Share this…
Share on Facebook

Facebook