ମାଲକାନଗିରି ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ମାଲକାନଗିରି – ଆଜି ମାଲକାନଗିରି ଜିଲ୍ଲା କୁ କେନ୍ଦ୍ର ରେଳ , ଯୋଗାଯୋଗ , ଏଲକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲକାନଗିରି ଗସ୍ତ କରି ଜିଲ୍ଲା ଡାକ ଘର ଉଦଘାଟନ କରିଛନ୍ତି । ପରେ ପରେ ଗ୍ରାମ ଉନୟନ ସମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଅନୁଦାନରେ ବିଭିନ୍ନ ଉନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରେଳ ଓ ଡାକ ବିଭାଗର ବରିଷ୍ଟ ପଦାଧିକାରୀ ମାନଙ୍କ ସହ ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି , ପୂର୍ବତନ ସାଂସଦ ବଳଭଦ୍ର ମାଝୀ , ଭାରପ୍ରାପ୍ତ ଜିଲାପାଳ ବିରସେନ ପ୍ରଧାନ ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।ରିପୋର୍ଟ -ଶିବ ପ୍ରସାଦ ଦାସ
ମାଲକାନଗିରି

Share this…
Share on Facebook

Facebook