ଖବର ପ୍ରସାରିତ ହେବାର ୨୪ଘଣ୍ଟା ନହେଉଣୁ ବିପୁଳ ସଂଖ୍ୟକ ମଦ ଜବତ କଲା ଝାରପୋଖରୀଆ ପୋଲିସ!
****************************
ସାରସକଣା; ଅତର୍କିତ ଭାବେ ଝାରପୋଖରୀଆ ଥାନାର ଦାଇତ୍ୱ ଗ୍ରହଣ କରିଥିବା ଡ଼ିଏସପି ଉପାସନା ପାଢ଼ୀ, ଏସ.ଆଇ. ସ୍ୱାଇଁ ବାବୁଙ୍କ ସହିତ ସଦଳବଳେ ଖବର ପାଇ, ଯୋକା ସ୍ଥିତ ହାଟ ନିକଟ ସୁରୁ ସାହୁ ନାମକ ବ୍ୟକ୍ତିଙ୍କ ପାନ ଦୋକାନରେ ଚଢାଉ କରି ବିଭିନ୍ନ କମ୍ପାନୀର ୨୩୯ଟି ମଦବୋତଲରେ ୧୪୧ଲିଟର ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଥିଲେ। ତେବେ ଚଢ଼ାଉ ବାବଦରେ ଜାଣିପାରି ଦୋକାନର ମାଲିକ ସୁରୁସାହୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି। ମଦ ଜବତ କରି ଚର୍ଚ୍ଚାରେ ରହିଥିବା ଉପାସନା ପାଢ଼ୀ ଝାରପୋଖରୀଆ ଥାନାରେ ଯୋଗଦେଉ ଦେଉ ଆକ୍ସନ ଦେଖାଇ ଚର୍ଚାକୁ ଆସିଛନ୍ତି। ଏହିପରି ମଦ କାରବାର ଉପରେ ସବୁବେଳେ ସେ ନଜର ରଖିବେ ବୋଲି କହିଛନ୍ତି।
ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ