ଜଳଛତ୍ର ମାଠିଆରେ ବିଷ;୩,ଗୁରୁତର

ମାଲକାନଗିରି ଜିଲ୍ଲା ଏମପି 49 ଗ୍ରାମରେ ଜଳ ଛତ୍ର ରେ ବିଷ ମିସାଇଲେ ଦୁର୍ବୁତ୍ତ । ବିଷ ଯୁକ୍ତ ପାଣି ପିଇ 3 ଗୁରୁତର । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ପିଭି 49 ଗ୍ରାମରେ ପ୍ରଚଣ୍ଡ ଖରା କୁ ଦୃଷ୍ଟିରେ ରଖି ଜଳ ଛତ୍ର ଖୋଲା ଯାଇଥିଲା । ଏହି ଜଳ ଛତ୍ର ରେ କେହି ଦୁର୍ବୁତ୍ତ ଜାଣି ଶୁଣି ବିଷ ମିଶାଇ ଦେଇଥିବା ବେଳେ ରାସ୍ତାରେ ଯାଉଥିବା 3ଜଣ ପଥିକ ଏହି ଜଳ ଛତ୍ର ରୁ ପାଣି ପିଇ ଥିଲେ । ତେବେ ଏହି ବିଷାକ୍ତ ପାଣି ଯୋଗୁଁ ଉକ୍ତ 3ଜଣ ବ୍ୟକ୍ତି ଗୁରୁତର ହୋଇ ପଡ଼ିଥିଲେ । ତେବ ସେମାନଙ୍କୁ ତୁରନ୍ତ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ।ରିପୋର୍ଟ -ଶିବ ପ୍ରସାଦ ଦାସ
ମାଲକାନଗିରି

Share this…
Share on Facebook

Facebook