ସମ୍ବଲପୁର: ହୋଟେଲର ମାଲିକଙ୍କ ଚାମ୍ବରରେ କଳାକନା ବୁଲାଇ ଦେଲେ। ହୋଟେଲ ମାଲିକ ଅଫିସ୍ ଚାମ୍ବରରୁ ଗଲା ପରେ ତାଙ୍କ ଆଲମିରା ଭାଙ୍ଗି ୩୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପୁଲିସରେ ଅଭିଯୋଗ ପରେ ହୋଇଥିଲା ତଦନ୍ତ। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ବୟାନକୁ ଆଧାର କରି ଖୋଳତାଡ କରିବା ବେଳେ ଶେଷରେ ମାଟି ତଳେ ଲୁଚାଇ ରଖିଥିବା ଚୋରି ଟଙ୍କାକୁ ପୁଲିସ ପାଇଛି।
ଅଭିଯୁକ୍ତମାନଙ୍କ ଉପସ୍ଥିତିରେ ମାଟି ଖୋଳାଯାଇଥିଲା। ମାଟି ତଳୁ ବାହାରି ଥିଲା ଗୋଟିଏ ପ୍ଲାଣ୍ଟିକ୍ ବସ୍ତା। ଯେଉଁଥିରେ ଥିଲା ବିଡାବିଡା ହୋଇ ୫୦୦ ଟଙ୍କିଆ ନୋଟ। ସମ୍ବଲପୁରରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ଚୋର କର୍ମଚାରୀମାନଙ୍କ ପାଖରୁ ୩୨ ଲକ୍ଷ ୧୦ ହଜାର ଟଙ୍କା ଉଦ୍ଧାର କରିଛି। ଅବଶିଷ୍ଟ ଟଙ୍କା କୁଆଡେ ଗଲା ସେ ନେଇ ଖୋଳତାଡ କରୁଛି।mpx tv odia.