ତେଲକୋଇ ; ଭିମକାଣ୍ଡ ଗାଁରେ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବିଶ୍ବଭାରତୀ ଗଣନାଟ୍ୟ ପକ୍ଷରୁ ଅପେରା ପରିବେଷଣ ହେଉଥିଲା ।ଅପେରା ଦେଖିବାକୁ କୁଇଲିସୂତା ଗାଁ ର ଦୁଇ ନାବାଳିକା ପରିବାର ଲୋକଙ୍କ ସହିତ ଆସିଥିଲେ। ତେବେ ବିଳମ୍ବିତ ରାତିରେ ପରିସ୍ରା ପାଇଁ ଦୁଇ ନାବାଳିକା ସହ ଜଣେ ପାଞ୍ଚ ବର୍ଷର ବାଳକ ବାହାର କୁ ଆସିଥିବା ସମୟରେ ଆଗରୁ ଛପି ବସିଥିବା ଅଭିଯୁକ୍ତ ମାନେ ନାବାଳିକା ମାନଙ୍କୁ ଉଠାଇ ନେଇଯାଇଥିଲେ।
ସେହି ସମୟରେ ନାବାଳକ ଜଣଙ୍କ ଅପେରା ଦେଖିବାକୁ ଆସିଥିବା ଗାଁ ର ଅନ୍ୟ ଲୋକଙ୍କୁ ଏ ବିଷୟରେ ଜଣାଇବା ପରେ କୁଇଲିସୂତା ଗାଁ ଓ ଭିମକାଣ୍ଡ ଗାଁ ର କିଛି ଯୁବକ ଅଭିଯୁକ୍ତ ଙ୍କୁ ଘେରିଯାଇ ଦୁଇ ନାବାଳିକା କୁ ଉଦ୍ଧାର କରିଛି।mpx tv odia