ମୟୁରଭଞ୍ଜ—ଘରର କାନ୍ଥ କହିଲେ ଭଙ୍ଗା ଦଦରା ବାଉଁଶ,ଛାତ କହିଲେ ମୁଣ୍ଡ ଉପରେ ଲଗାଯାଇଛି ଛିଡା ପଲିଥିନ। ଏମିତି ଏକ ଦୃଶ୍ଯ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ପୁରୁଣିଆ ପଞ୍ଚାୟତର କେଶୁରା(ହରିଣଖୁଣ୍ଟା) ଗ୍ରାମରେ ଥିବା ସ୍ୱର୍ଗତ ଗୁରୁଭା ମାରାଣ୍ଡି ପରିବାରର। ଗୁରୁଭା ବର୍ଷେ ପାଖାପାଖି ହେବ ଚିକିତ୍ସା ଅଭାବରୁ ଅଜଣା ରୋଗରେ ଦେହାନ୍ତ ହୋଇଯାଇଛି। ସ୍କ୍ରିନରେ ଦେଖୁଥିବା ଏହି ଚିତ୍ରଟି ଗୁରୁଭା ମାରାଣ୍ଡି ଙ୍କ ଜ୍ୟୋଷ୍ଠ କନ୍ୟା ରାଉଁଦେ ମାରାଣ୍ଡି। ରାଉଁଦେ ମାରାଣ୍ଡିଙ୍କୁ ଦିବ୍ୟାଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଉଁଦେର ବୟସ ତୁଳନା ରେ ଶରୀର ବୃଦ୍ଧି ହେଉ ନାହଁ।
ରାଉଁଦେର ଦୁଇ ସାନ ଭଉଣୀ ବିବାହ ସରିଥିବା ବେଳେ ରାଉଁଦେ ଦେଖିବାକୁ ଛୋଟ ପିଲା ପରି। ଏବେ ସ୍ୱର୍ଗତ ଗୁରୁଭା ମାରାଣ୍ଡି ପରିବାର କହିଲେ ଜ୍ୟଷ୍ଠ କନ୍ୟା ରାଉଁଦେ,ସାବତ ମାଆ ଚମ୍ପା ଓ ୮/୯ ବର୍ଷର ସାବତ ଭଉଣୀ ଟିଏ। ବାପା ଗୁରୁଭା କରିଦେଇଥିବା ଝାଟିମାଟିର ଚାଳଛପର ଘରଟିଇ ମଧ୍ଯ ଭାଙ୍ଗି ଯାଇଛି। ଏବେ ପଲିଥିନ ତଳେ ବିତାଉଛନ୍ତି ଜୀବନ। ସରକାର ଏବଂ ବିଭାଗିୟ ଅଧିକାରୀ ଯୋଦି ଏହି ପରିବାର ପ୍ରତି ଦୃଷ୍ଟି ଦିଅନ୍ତି ତେବେ ବହୁ ଉପକୃତ ହୋଇଥାନ୍ତେ।ତପନ କୁମାର ଦଣ୍ଡପାଟ, ମୟୁରଭଞ୍ଜ