ବାଲେଶ୍ୱର- ପ୍ରଚଣ୍ଡ ଖରାକୁ ଅସହ୍ୟ ତାତି, ଆଉ ଟୋପାଏ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଆଉ ପିଇବା ପାଣି ଅନ୍ୱେଷଣ ରେ ବିପଦ ପୂର୍ଣ ଅବସ୍ଥାରେ ରେଳ ଧାରଣା ପାର ହେବାକୁ ପଡୁଛି। ଯାହା ବଖାଣୁଛି ବିକାଶର ନଗ୍ନ ଚିତ୍ର।
ଏ ଦୃଶ୍ୟ ହେଉଛି ହେଉଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ ନଟାକଟା ପଞ୍ଚାୟତ ନଟାକଟା ଗ୍ରାମର । ଲୋକଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଦୁଇଟି ନଳକୂପ ଯୋଗାଇ ଦିଆଯାଇଥିଲା। ସେଥିରୁ ଗୋଟିଏ ସମ୍ପୂର୍ଣ ଅଚଳ ହୋଇଯାଇଥିବା ବେଳେ, ଅନ୍ୟଟିରୁ କକାମଚଳା ପାଇଁ ମୁନ୍ଦାଏ ମୁନ୍ଦାଏ ପାଣି ବାହାରୁଥିଲେ ବି ତାହା ଲୋକଙ୍କ ଯଥେଷ୍ଟ ହେଉନାହିଁ। ଯାହାପାଇଁ ଲୋକଙ୍କୁ ଘାରିଛି ପାଣି ଚିନ୍ତା । ଆଉ ବାଧ୍ୟ ହୋଇ ପିଇବା ପାଣିପାଇଁ ସ୍ଥାନୀୟ ଲୋକଙ୍କୁ ନିକଟସ୍ଥ ଅମର୍ଦାରୋଡ ରେଳ ଷ୍ଟେସନ ଉପରେ ନିର୍ଭର କରିବାକୁ ପଡୁଛି । ହାତରେ ଗଗରା,
ବାଲିତି ଧରି ରେଳ ଧାରଣା ପାରି ହୋଇ ଷ୍ଟେସନରେ ଥିବା ଟ୍ୟାପରୁ ପାଣି ସଂଗ୍ରହ କରିବାକୁ ପଡ଼ୁଛି ତ, ପୁଣି କେତେବେଳେ ରେଳ ଧାରଣା ପାର ହୋଇ ଅନ୍ୟ କାହାର ଘରୋଇ ନଳକୂପରୁ ପାଣି ଆଣିବାକୁ ପଡ଼ୁଛି ।
ତେବେ ଆଜକୁ ୫ ଦିନ ହେବ୍ ରେଳ ଷ୍ଟେସନ ରେ ମଧ୍ୟ ପାଣି ନାହିଁ। ଯାହା ପାଇଁ ଲୋକଙ୍କ ଚିନ୍ତା ବଢିଯାଇଛି। ତେବେ ତୁରନ୍ତ ପାନୀୟ ଜଳ ସ୍ଥାୟୀ ସମାଧାନ ପାଇଁ ସରକାର ଓ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଗ୍ରାମବାସୀ ।
ତେବେ ଘରେ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାର ବସୁଧା ଯୋଜନା ଆରମ୍ଭ କରିଥିଲେ ବି ତାହା ସଫଳ ରୂପାୟନ ହୋଇ ପାରୁନାହିଁ, ବରଂ କେବଳ ଯୋଜନା ନାଁରେ ନେତାମନ୍ତ୍ରୀ, ବିଭଗିୟ ଅଧିକାରୀ ଓ ଠିକାଦାର ମାଲେମାଲ ହେଉଛନ୍ତି । ତେବେ ଏନେଇ ନଟାକଟା ପଞ୍ଚାୟତର ସରପଞ୍ଚ ବନ୍ଦନା ସେଠୀ କହିଛନ୍ତିକି ପୂର୍ବରୁ ନଳକୂପର ସୁବିଧା କରାଯାଇଛି, ତେବେ ପାଣି ସମସ୍ୟା ନେଇ ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତ
ସୋର ରୁ ସରତ ନାୟକ ଙ୍କ ରିପୋର୍ଟ