ସାଲେପୁର: ଶିବର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି କୋର୍ଟରେ ହାଜର କରିବ ପୁଲିସ। ଆଉ କିଛି ଦିନ ପାଇଁ ଶିବକୁ ରିମାଣ୍ଡରେ ଆଣିବା ପାଇଁ ମାହାଙ୍ଗା ପୁଲିସ ଆବେଦନ କରିପାରେ।କାଲି ଘଣ୍ଟାଏ କାଳ କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ ଲୁହାର ଏକ ମାରଣାସ୍ତ୍ରକୁ ଜବତ କରିଛି ପୁଲିସ।
ପୂର୍ବରୁ ହତ୍ୟାରେ ବ୍ୟବହୃତ କଟୁରୀ ଓ ଶିବର ମୋବାଇଲ ଫୋନକୁ ପୁଲିସ ସିଜ୍ କରିଥିଲା। ତେବେ ଛୋଟିଆ କୋଠରୀରେ ଏତେ ବଡ଼ କାଣ୍ଡ ଘଟୁଥିଲେ ବି ପଡ଼ୋଶୀ କାନକୁ କେମିତି ଶୁଭିଲାନି ? ଘଟଣାଦିନ ଅନ୍ୟ ଏକ ଘରେ ଥିବା ଶିବର ପତ୍ନୀ ସବୁ ଜାଣୁଥିଲେ ବି କାହିଁକି କାହାକୁ ଡାକିଲେନି ? ହତ୍ୟା ପୂର୍ବରୁ ୫ ଜଣଙ୍କୁ କୌଣସି ନିଶାଦ୍ରବ୍ୟ ଦେଇଥିଲା କି ଶିବ ? ଏହି ହତ୍ୟାକାଣ୍ଡ ପଛରେ ଅଭିଯୁକ୍ତ ପତ୍ନୀର ସଂପୃକ୍ତି ଅଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରାଯାଉଛି।