ଭଦ୍ରକ: ପୁଅକୁ ବଞ୍ଚାଇବାକୁ ଯାଇ ଆରପାରିକୁ ମାଆ ବି ଚାଲିଗଲା। ଭଦ୍ରକ ବାସୁଦେବପୁର ବ୍ଲକ ନାଟିଆପାଳ ଗାଁରେ ଘଟିଯାଇଛି ଏଭଳି ଏକ ଦୁଃଖଦ ଘଟଣା। ଦୁର୍ଘଟଣାରେ ମାଆ-ପୁଅ ଦୁହିଁଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣେ ହେଲେ ମାଆ ଲକ୍ଷ୍ମୀମଣି ନାୟକ ଏବଂ ପୁଣି ସପନ ନାୟକ l
ପାଣି ମୋଟର ଚଳାଇବା ବେଳେ ହଠାତ ପୁଅ ସପନ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା। ଏହା ଦେଖି ମାଆ ଲକ୍ଷ୍ମୀମଣି ପୁଅକୁ ଉଦ୍ଧାର କରିବାକୁ ଯାଇଥିଲେ। ତେବେ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ପୁଅ ସପନ ନାୟକକୁ ବଞ୍ଚାଇବାକୁ ଯାଇ ମାଆ ଲକ୍ଷ୍ମୀମଣି ନାୟକର ମଧ୍ୟ ମୃତ୍ୟୁ ହୋଇଥିଲା । ଉଭୟ ଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି । ଭଦ୍ରକ ରୁ ସୁଜିତ୍ କୁମାର ପାଣି ଙ୍କ ରିପୋର୍ଟ MPX TV ODIA