ମୋରଡ଼ା ଉଡାପର୍ବ ରେ ଅଘଟଣ, ଡିଜେ ଗାଡିର ମାଇକ ଓଲଟି ତିନି ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଆଜି ଉଡପର୍ବ ପାଇଁ ମୋରଡ଼ା ରେ ତିନିଟି ଦଳ ରେ ବିଭକ୍ତ ହୋଇ ତିନୋଟି ଡିଜେ ଗାଡି ରେ ଯୁବକ ମାନେ ପ୍ରତିଯୋଗିତା କରି ନାଚୁ ଥିବା ବେଳେ ଗୋଟିଏ ଡିଜେ ଗାଡି ର ମାଇକ ଗୁଡିକ ଓଲଟି ପଡିବାରୁ କିଛି ଜଣ ଚାପି ହୋଇଯାଇଥିଲେ।
ତେବେ ଦୁର୍ଘଟଣା ରେ ତିନି ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣ ଆହତ ହୋଇ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଙ୍କୁ ବାରିପଦା ପି ଆର ଏମ ମେଡିକାଲ ରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି। ମୋରଡ଼ା ର ଏହି ଉଡାପର୍ବ ପାଖାପାଖି ୫ହଜାର ରୁ ଅଧିକ ଲୋକଙ୍କ ସମାଗମ ଲାଗିଥିଲା ।,ମୟୁରଭଞ୍ଜ ସାରସକଣା ରୁ ତପନ କୁମାର ଦଣ୍ଡପାଟ MPX TV