ମୟୁରଭଞ୍ଜ; ଜାୟା,ଜନନୀ,ଭଗିନୀ ଭାବେ ପରିବାର ଠାରୁ ନେଇ ସମାଜ ଗଠନ ସବୁ କ୍ଷେତ୍ରରେ ଶ୍ରେଷ୍ଠ ବିନ୍ଧାଣି ହେଲେ ନାରୀ। ହେଲେ ସାମ୍ପ୍ରତିକ ସମୟରେ କିଛି କୁପୁରୁଷଙ୍କ ନେଇ ନାରୀ ନିଜକୁ ଅସୁରକ୍ଷିତ ମଣୁଛି। ତେବେ ନାରୀର ସୁରକ୍ଷା ପାଇଁ ଏବେ ସମସ୍ତଙ୍କୁ ଏକ ହୋଇ ଲଢ଼ିବାର ସମୟ ଆସିଛି ବୋଲି ପଦ୍ମମାଳି ମହିଳା ସଂଗଠନ ପକ୍ଷରୁ ଆୟୋଜିତ ୫ମ ବାର୍ଷିକ ବେତନଟୀ ବୈଶାଖୀ ବିକାଶ ମହୋତ୍ସବ ଉଦଘାଟନୀ ପର୍ବରେ ମତ ରଖିଛନ୍ତି ଅତିଥି ବୃନ୍ଦ। ବେତନଟୀ ଏମଆଇ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଆୟୋଜିତ ଏହି ମହୋତ୍ସବକୁ ମୟୂରଭଞ୍ଜର ମହାରାଣୀ ରଶ୍ମି ରାଜ୍ଯଲକ୍ଷ୍ମୀ ଭଞଦେଓ ଉଦଘାଟନ କରିବା ସହିତ ସମାଜ ଗଠନ ଦିଗରେ “ପଦ୍ମମାଳି”ର କାର୍ଯ୍ଯକୁ ପ୍ରଶଂସା କରିଥିଲେ।
ମୂଖ୍ୟ ଅତିଥି ଭାବେ ବାଲେଶ୍ବର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ମହିଳା ମାନେ ସଶକ୍ତ ହେବା ଜରୁରି ବୋଲି ମତ ରଖିଥିଲେ। ମୂଖ୍ୟ ବକ୍ତା ଭାବେ ଫକିରମୋହନ ବିଶ୍ବ ବିଦ୍ୟାଳୟର କୁଳ ସଚିବ କୁକୁମୀନା ଦାସ ଯୋଗ ଦେଇ ନାରୀ ହିଁ ସୃଷ୍ଟିର ଶ୍ରେଷ୍ଠ ଶକ୍ତି ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବେତନଟୀ ବୈଶାଖୀ ବିକାଶ ମହୋତ୍ସବର ଅଭ୍ୟର୍ଥନା କମିଟିର ଅଧ୍ଯକ୍ଷ ତଥା ବଡ଼ସାହି ବିଧାୟକ ସନାତନ ବିଜୁଳି,ବଡ଼ସାହି ବ୍ଲକ ଅଧ୍ଯକ୍ଷା ମିନତୀ ସିଂ,ବେତନଟୀ ବ୍ଲକ ଅଧ୍ଯକ୍ଷା କୌଶଲ୍ୟା ମାଝି,ବେତନଟୀ ସମିତି ସଭ୍ୟ ରଣଜିତ ସିଂ,ବେତନଟୀ ମହିଳା ଶାଖା “ସମ୍ବାଦ” ସାହିତ୍ୟ ଘରର ସଭାପତି ଡ଼. ମନ୍ଦାକିନୀ ସାହୁ,ମନୋରମା ସାହୁ,ଜୟନ୍ତୀ ଖଟୁଆ,ବିନୋଦିନୀ ମହାନ୍ତ,ମିନାକ୍ଷୀ ପରିଡା,ଗୀତାଞ୍ଜଳି ଭୂୟାଁ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ। ପଦ୍ମମାଳିର ଅଧ୍ଯକ୍ଷା ଡ. ବୀଣା ଦାଶଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମକୁ ସଭାପତି ପ୍ରଫେସର ସଂଯୁକ୍ତା ଜୀ,ବେତନଟୀ ସାମ୍ବାଦିକ ସଂଘର ସଭାପତି ରଞନ କୁମାର ମହାନ୍ତି,ମଞୁଲତା ସାହୁ,ରଞ୍ଜିତା କର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୂଖ ସହଯୋଗ କରୁଥିଲେ। ପଦ୍ମମାଳିର କାର୍ଯ୍ୟାଳୟ ସମ୍ପାଦିକା ସୁନୀତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଉମେଶ ଚନ୍ଦ୍ର ମହାନ୍ତ ଓ ହରିପଦ ମହାନ୍ତଙ୍କ ନେତୃତ୍ବରେ ନିଚୁଆପଦାର ଛଉ କଳାକାର ମାନେ ନୃତ୍ଯ ପରିବେଷଣ କରିଥିଲେ।
ମୟୁରଭଞ୍ଜ ଜିଲ୍ଲାରୁ ତପନ କୁମାର ଦଣ୍ଡପାଟ MPX TV