ନବରଙ୍ଗପୁର ଜିଲ୍ଳା ଝରୀଗାଁ ବ୍ଲକ ଷଣ୍ଢସା ଗ୍ରାମପଞ୍ଚାୟତ ଠାରେ ଭାରତୀୟ ଜନତା ପାର୍ଟି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହବା ସହ ଏକ ରକ୍ତ ଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା anchore: ଭାରତୀୟ ଜନତା ପାର୍ଟି ରାଜ୍ୟ ସଂଖ୍ୟା ଲଘୁ ସେଲ୍ ଉପସଭାପତି, ତଥା କୁଇ ସମାଜର ଉପଦେଷ୍ଠା ଶ୍ରୀ କାଜମ୍ ମଦାନି ମହୋଦୟ ଙ୍କ ଜନ୍ମ ଦିନ ଉପଲକ୍ଷେ ସଣ୍ଡଷା,” ମହାତ୍ମା ଗାନ୍ଧି ଯୁବକ ସଂଘ” ତରଫରୁ ଏକ ରକ୍ତଦାନ ଶିବିରର ଆୟୋଜନ ସଣ୍ଡଷା ଗ୍ରାମ ଠାରେ ଆଜି ତା:୧୨/୦୪/୨୦୨୨ ରେ ଆୟୋଜିତ ହେଇଛି। ପ୍ରକାଶ ଥାଉ କି ଏହି ରକ୍ତଦାନ ଶିବିର ରେ ନବରଙ୍ଗପୁର ବ୍ଲଡ଼ ବ୍ୟାଙ୍କ ସଦସ୍ୟଙ୍କ ଦ୍ୱାରା ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।
ଆଜି ର ଦିନରେ କାଜମଙ୍କୁ ଗ୍ରାମ ବାସୀଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଭବ୍ୟ ସ୍ଵାଗତ କରାଯାଇଥିଲା, ଏହାପରେ ଉକ୍ତ ଗ୍ରାମରେ ଏକ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଅନେକ ବିଜେଡି କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମହୋଦୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ, ନଗର ସାଧାରଣ ସମ୍ପାଦକ ଶ୍ରୀ ଚିନ୍ମୟ କୁମାର ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ରାମ ନାୟକ,ପବିତ୍ର ଗରଡା,ବାପି ମଲ୍ଲିକ,କାରାଗାଁ ସମିତି ସଭ୍ୟ ବିକ୍ରମ ସିଂ, ୩ନଂ ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ବାସନ୍ତୀ ମାଝୀ,କମଳୁ ଭାଈ,ସୁକାଲୁ ଭାଈ ଏବଂ ସାନଭାଇ ପ୍ରମୁଖ ଯୋଗ ଦେଇଥିଲେ। ଉମେରକୋଟ ରୁ ମନୋଜ କୁମାର ନାୟକଙ୍କ ରିପୋର୍ଟMPX TV