କେନ୍ଦ୍ରାପଡା- ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ଓ ଗୃହକର୍ତ୍ତାଙ୍କ ପରିବାରର ୪ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ।ସୂଚନାନୁଯାୟୀ,କେନ୍ଦ୍ରାପଡା ତନ୍ତିଆପାଳ ମେରାଇନ ଥାନା କାକଟପୁର ଗାଁର କାର୍ତ୍ତିକ ସ୍ୱାଇଁଙ୍କ ପରିବାରରେ ବିଳମ୍ବିତ ରାତିରେ ୬ଜଣ ଦୁର୍ବୃତ୍ତ ଘର କବାଟ ତାଡି ଭିତରକୁ ପସିଥିଲେ।ତେବେ ଗୃହକର୍ତ୍ତା କାର୍ତ୍ତିକ ସେମାନଙ୍କୁ କୌଣସି କଥା ପଚାରିବା ଆଗରୁ ଦୁର୍ବୃତ୍ତ ମାନେ ବନ୍ଧୁକ ଲଗାଇ ଚାବି ମାଗିଥିଲେ।ଚାବି ଦେବାରେ କାର୍ତ୍ତିକ ଅମଙ୍ଗ ହେବାରୁ କାର୍ତ୍ତିକଙ୍କୁ ମାଡ଼ ମାରି ଭୁଜାଲିରେ ଆକ୍ରମଣ କରିବା ସହ କାର୍ତ୍ତିକଙ୍କ ସ୍ତ୍ରୀ ତୁଳସୀ ଓ ବୋହୁ ମାନଙ୍କୁ ଅନ୍ୟ ଏକ ଘରେ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୧ଲକ୍ଷ ୬୦ହଜାର ଟଙ୍କା ଲୁଟ କରିନେଇ ଫେରାର ହେବା ସମୟରେ କାର୍ତ୍ତିକଙ୍କ ସାନଭାଇ ଗାଁ ଭିତରୁ ଆସି ସେମାନଙ୍କୁ କାବୁ କରିବା ପାଇଁ ପ୍ରୟାସ କରିବା ବେଳେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ଗୁଳି ମଧ୍ୟ ଚଳାଇଥିଲେ।
ତେବେ ଠିକ ସମୟରେ ଦୁର୍ବୃତ୍ତମାନେ ଆଣିଥିବା ଦୁଇଟି ନମ୍ବର ବିହୀନ ଗ୍ଲାମର ଓ ପ୍ଲାଟିନା ଗାଡି ଷ୍ଟାର୍ଟ ନହେବାରୁ କାର୍ତ୍ତିକ ଏବଂ ତାଙ୍କ ଭାଇ ଜଣେ ଦୁର୍ବୃତ୍ତକୁ କାବୁ କରିନେଇଥିଲେ ମଧ୍ୟ ଅନ୍ୟ ଅଭିଯୁକ୍ତ ସମସ୍ତ ଲୁଟ ସାମଗ୍ରୀ ନେଇ ଦୌଡ଼ି ପଳାଇବା ବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ଗ୍ରାମବାସୀମାନେ କାବୁ କରିବାରେ ସମର୍ଥ ହୋଇଥିଲେ।ତେବେ ଲୋକମାନଙ୍କ ଦ୍ବାରା କାବୁ କରାଯାଇଥିବା ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ାର ସେକ ଲତିଫ ଓ ଅନ୍ୟଜଣେ କଟକର ସେକ ତାହୀର ବୋଲି ସୂଚନା ମିଳିଛି।ସେମାନଙ୍କ ନିକଟରୁ ଗ୍ରାମବାସୀ ଚୋରିରେ ବ୍ୟବହୃତ ଦୁଇଟି ବାଇକ, ଗୋଟିଏ ବନ୍ଧୁକ,ଭୁଜାଲି, ପର୍ସ ସହ ଗୋଟିଏ ମୋବାଇଲ ଉଦ୍ଧାର କରି ତନ୍ତିଆପାଳ ପୋଲିସ ଜିମା ଦେଇଛନ୍ତି।ଅଭିଯୋଗ ପାଇ କେନ୍ଦ୍ରାପଡ଼ା ଆରକ୍ଷୀ ନିରୀକ୍ଷକ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।ଏଠାରେ ସୂଚନାଯୋଗ୍ୟ,କାର୍ତ୍ତିକଙ୍କ ଦୁଇପୁଅ ଠିକାଦାର କାମ କରୁଥିବା ବେଳେ ଅନ୍ୟଜଣେ ପୁଅ ସୁଦୂର ଦୁବାଇରେ ରହୁଛନ୍ତି।ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର କାର୍ତ୍ତିକ,ତାଙ୍କ ପତ୍ନୀ ତୁଳସୀ ଓ ସାନଭାଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଧରା ପଡିଥିବା ଦୁଇ ଦୁର୍ବୃତ୍ତ ମଧ୍ୟ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।mpx tv