ସୋର; ନିଶାଶକ୍ତ ପୁଅର ଉନ୍ମକ୍ତ କାଣ୍ଡ ଭାତ ଦେବାର ବିଳମ୍ବ ହେବାରୁ ମାଆକୁ ଠେଙ୍ଗାରେ ପିଟି ପିଟି ମାରିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜୁଢ଼ିଆ ଗ୍ରାମରେ । ଏହି ଗାଁର ପୁରୁଷୋତ୍ତମ ବେହେରାଙ୍କ ସାନ ପୁଅ ରତିକାନ୍ତ ମାଙ୍କୁ ନିଶାସକ୍ତ ଅବସ୍ଥା ରେ ଭାତ ମାଗିଥିଲେ ମା ଭାତ ଆଣି ଦେବାରେ ବିଳମ୍ବ ହେବାରୁ ଏଥିରେ ରତିକାନ୍ତ ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ଠେଙ୍ଗାରେ ରେ ମା ସତ୍ୟାଭାମାଙ୍କୁ ପାହାର ପରେ ପାହାର ପିଟି ଚାଲିଥିଲା । ଫଳରେ ମା ଙ୍କର ମୃତ୍ୟୁ ଘଟିଥିଲା ।
ଖବର ପାଇ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ବାଲେଶ୍ଵରରୁ ସାଇଣ୍ଟିପିକ ଟିମ ଆସିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ପୁଅ ରତିକାନ୍ତ ପୋଲିସ ଅଟକ ରଖିଥିବା ନେଇ ସୂଚନା ମିଳିଛି.ରିପୋର୍ଟ.. । ସରତ ନାୟକ ସୋର