ରାଇରଙ୍ଗପୁରରେ ଅଲ୍ ଓଡିଶା ଡ୍ରାଇଭର ମହାସଂଘର ବୈଠକ

ରାଇରଙ୍ଗପୁର-ଭାରତ ପ୍ରଗତି ରଥରେ ଡ୍ରାଇଭରମାନଙ୍କର ଭୂମିକା,ତ୍ୟାଗ, କର୍ତ୍ତବ୍ୟ ପରାୟଣତା ଅନନ୍ୟ ଓ ଅବର୍ଣ୍ଣନୀୟ ।ହେଲେ ଡ଼୍ରାଇଭର ମାନଙ୍କର ଅପ୍ରମିତ ଦୁଃଖକୁ କେନ୍ଦ୍ର ଓ ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି । ସେମାନଙ୍କ ସାମାଜିକ ସୁରକ୍ଷା, ଅର୍ଥନୈତିକ ସୁରକ୍ଷା ନେଇ ରାଜ୍ୟରେ ଡ଼୍ରାଇଭରମାନେ ସଂଘ ମାଧ୍ୟମରେ ବିଭିନ୍ନ ସ୍ଥାନରେ ସଭା,ସମିତି, ଶୋଭାଯାତ୍ରା,ବୈଠକ କରି ସେମାନଙ୍କ ନାର୍ଯ୍ୟ ଦାବିକୁ ସରକାରଙ୍କୁ ଜଣାଇବା ପାଇଁ ଶତପ୍ରଚେଷ୍ଟା କରୁଛନ୍ତି ।ଅଲ୍ ଓଡିଶା ଡ଼୍ରାଇଭର ମହାସଂଘ ତରଫରୁ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସଂଘ ତରଫରୁ ଜଗନ୍ନାଥ ମନ୍ଦିର ଛକରୁ ରାଇରଙ୍ଗପୁର ସହରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସେମାନଙ୍କ ମୌଳିକ ସମସ୍ୟାକୁ ସରକାର ତୁରନ୍ତ ପୂରଣ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିଲେ ।ପରେ ରାଇରଙ୍ଗପୁର ପୂର୍ଣଚନ୍ଦ୍ର ଭବନ ପରିସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ଯ ଅତିଥି ଭାବେ ରାଜ୍ୟ ସଭାପତି ସ୍ବାଧୀନ ଶତପଥୀ,ରାଜ୍ୟ ସଂପାଦକ ଟୁଟୁ ଭାଇଙ୍କ ସମେତ ଜିଲ୍ଲା ନେତୃବୃନ୍ଦ ଉପସ୍ଥିତ ହୋଇ ଡ୍ରାଇଭର ମାନଙ୍କ ସମସ୍ୟା ଉପରେ କହିଥିଲେ ।

ସେମାନଙ୍କ ମୁଖ୍ୟ ସମସ୍ୟା ହେଲା ଡ୍ରାଇଭର ଭାଇମାନେ ସମାଜରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ,ପରିବହନ,ସବୁ କ୍ଷେତ୍ରରେ ସିମାରେ ସୈନିକଙ୍କ ଭଳି ସମାଜରେ ଗୁରୁଦାୟିତ୍ଵ ନିଭାଇଛନ୍ତି । ସେମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା,୫୫ବର୍ଷ ପରେ ଡ୍ରାଇଭର ଲାଇସେନ୍ସ ବାତିଲ ନ କରିବା ପାଇଁ ଏକ ପଦକ୍ଷେପ, ସେମାନଙ୍କ ବୀମା,ପେନସନ,ଗୃହ, ଛାତ୍ରଛାତ୍ରୀ ଙ୍କ ପାଠପଢ଼ା ଖର୍ଚ, ଝିଅଙ୍କ ବିବାହ ଖର୍ଚ,ପ୍ରତି ୧୦୦ କିମି ଦୂରରେ ରହଣି ଗୃହ,ଗାଡି ପାର୍କ ସ୍ଥାପନ, ଡ୍ରାଇଭର ଙ୍କ ଉପରେ ରାସ୍ତାରେ ଅସାମାଜିକ ମାନଙ୍କ ଆକ୍ରମଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଇତ୍ୟାଦି ।ତେଣୁ ସମସ୍ତ ଡ୍ରାଇଭର ଭାଇ ଏକାଠି ହୋଇ ସେମାନଙ୍କ ସମସ୍ଯା‌ଦୂର ପାଇଁ ଏକଜୁଟ ସୋଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ନେତୃବୃନ୍ଦ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ବନ୍ଦନ କୈବର୍ତ୍ତ, ଛୋଟରାୟ ନାଏକ,ସୁକୁରୁ ନାଏକ, ଅର୍ଜୁନ ମହାନ୍ତି, ପରମେଶ୍ବର ଟୁଡୁ, ଗଣେଶ୍ୱର ବେହେରା, କାର୍ତ୍ତିକ ,ବିଜୁ,ସୁଜିତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସରକାର ଯଦି ଆଗାମୀ ଦିନରେ ସେମାନଙ୍କ ଦାବି କର୍ଣ୍ଣପାତ ନ କରନ୍ତି ତାହାହେଲେ ଆଗାମୀ ଦିନରେ ସଂଘ ତରଫରୁ ବିଧାନ ସଭା ଘେରାଉ କରାଯିବ ବୋଲି କହିଥିଲେ । ମୟୂରଭଞ୍ଜ ଜିଲ୍ଲା ରୁ ତପନ କୁମାର ଦଣ୍ଡପାଟMPX TV .ODISHA

Share this…
Share on Facebook

Facebook