ଅନୁଗୋଳ;ଅଲ ଓଡିଶା ଅଙ୍ଗନବାଡି ୱାର୍କରସ ଆସୋସିଏସନ ଦ୍ଵାରା ପରିଚାଳିତ ଅନୁଗୋଳ ଶାଖାର ଅଙ୍ଗନବାଡି କର୍ମୀ ସମୂହ ୧୪ ଦଫା ଦାବି ନେଇ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ମା ବୁଢୀ ଠାକୁରାଣୀ ଙ୍କ ମନ୍ଦିର ସମୁଖରୁ ଅନୁଗୋଳ ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମୀ ଏବଂ ସହାୟକ ମାନଙ୍କର ଏକ ବିଶାଳ ପଦ ଯାତ୍ରା ରେ ମା ବୁଢୀ ଠାକୁରାଣୀ ଙ୍କ
ମନ୍ଦିର ସମୁଖରୁ ବାହାରି ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ବିକ୍ଷୋଭ କରିବା ସହ ୧୪ ଦଫା ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଷ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ। ଅନୁଗୋଳ ରୁ ଦିଲୀପ ନାୟକ ଙ୍କ ରିପୋର୍ଟ MPXTV